Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳର ଲାଇଫ ଲାଇନ ଗୁରୁପ୍ରୀୟା ସେତୁରେ ଫାଟ,ବିଭାଗ ପକ୍ଷରୁ ମରାମତ କାମ ଆରମ୍ଭ

ସ୍ୱାଭିମାନ ଅଚଂଳର ଲାଇଫ ଲାଇନ ଗୁରୁପ୍ରୀୟା ସେତୁରେ ଫାଟ,ବିଭାଗ ପକ୍ଷରୁ ମରାମତ କାମ ଆରମ୍ଭ

113

ମାଲକାନଗିରି,୧୮ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳର ଲାଇଫଲାଇନ ଗୁରପ୍ରୀୟା ସେତୁ ଉଦଘାଟନ ହେବାର ମାତ୍ର ଦେଢବର୍ଷ ନପୁରୁଣୁ ସେତୁ ରେ ଫାଟ ଦେଖାଦେଇଛି । ସେତୁ ନିର୍ମାଣରେ ନିମ୍ମମାନର କାମ ଯୋଗୁ ନିର୍ମାଣ ସମୟରେ ପାଇଲନ ଭୁଷୁଡି ପବାସହିତ ପିଲର ଭାଙ୍ଗା ପଡିଥିବାର ଦେଖା ଦେଇଥିଲା । ଏହି ସେତୁକୁ ମୁଖ୍ୟମନ୍ତ୍ରୀ ଗତ ଦେଢବର୍ଷ ତଳେ ଉଦଘାଟନ କରି ବିଛିନ୍ନାଚଂଳକୁ ସ୍ୱାଭିମାନ ଅଚଂଳ ଭାବେ ଘୋଷଣ ସହ ଏହା ସ୍ୱାଭିମାନ ଅଚଂଳ ବାସୀଙ୍କର ଲାଇଫ ଲାଇନ ସାଜିଛି ବୋଲି କହିଥିଲେ । ହେଲେ ପୁଣି ସେତୁରେ ଫାଟ ଦେଖା ଦେବା ଘଟଣା ପୂର୍ତବିଭାଗ ଯନ୍ତ୍ରୀ ଓ ସେତୁ ନିର୍ମାଣ କରିଥିବା ଠିକାଦାରଙ୍କ ପାରିବା ପାଣିଆ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହୋଇଚି । ଗୁରୁପ୍ରୀୟା ସେତୁର ୧୬ନମ୍ବର ପିଲର ଦୁୁଇ ପାଶ୍ୱର୍ରେ ଥିବା ଗାଡେଓ୍ୟଲର ଏକ୍ସପାସସନ ଜଏଟଂ ନଷ୍ଟ ହୋଇ ଏଙ୍ଗେଲ ଗୁଡିକ ବଙ୍କା ହୋଇ ଯିବା ସହିତ ସେତୁର କିଛି ସ୍ଥାନରେ ଫାଟ ଦେଖାଦେଇ ଥିବାରୁ ସେହି ସେତୁ ଉପରେ ଯାନବାହନ ଚଳାଚଳ ବନ୍ଦକରାଯାଇ ପୁର୍ତବିଭାଗ ପକ୍ଷରୁ ଯୁଦ୍ଧକାଳିନ ଭିତିରେ ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଏହି ସେତୁ ଉଦଘାଟନ ହେବାପରେ ସ୍ୱାଭିମାନ ଅଚଂଳବାସୀଙ୍କ ଲାଇଫ ଲାଇନ ପାଲଟିବା ସହିତ ଆନ୍ଦ୍ର ଓଡିଶା ଛତିଶଗଡ ତେଲାଙ୍ଗନା ଚାରଟି ରାଜ୍ୟବାସୀଙ୍କ ଏହା ଏକ ପର୍ଯ୍ୟଟନସ୍ଥଳୀ ପାଲଟି ଯାଇଥିଲା । ଦୀର୍ଘ ୫୪ ବର୍ଷଧରି ଚିତ୍ରକୋଣ୍ଡା ବିଛିନ୍ନାଚଂଳବାସୀ ଜଳବନ୍ଦି ଜୀବନ ବିତାଉଥିବା ବଡପଡା, ପଣସପୁଟ,ପାପରମେଟଲା,ଧୁଳିପୁଟ,ଯୋଡାମ୍ବ,ଯନ୍ତ୍ରୀ,ଅଣ୍ଡ୍ରାପାଲୀ,ଗାଜୁଲୁମାମୁଡି, ଆଠଟି ପଚାଂୟତର ୧୫୧ଖଣ୍ଡ ଗ୍ରାମବାସୀଙ୍କ ନିମନ୍ତେ ସ୍ଥଳପଥରେ ଗମନାଗନର ସୁବିଧା କରିବାପାଇଁ ରାଜ୍ୟସରକାର ଗୁରୁପ୍ରୀୟା ନଦୀ ଜାନବାଇଘାଟ ଠାରେ ଗୁରୁପ୍ରୀୟା ସେତୁ ନିର୍ମାଣ କରିଛନ୍ତି । ଏହି ଗୁରପ୍ରୀୟା ସେତୁ ନିର୍ମାଣ କାମ ଗତ୨୦୧୫ମସିହାରୁ ଆରମ୍ଭ ହୋଇ ସେତୁ ନିର୍ମାଣ ପାଇଁ ବ୍ୟୟଅଟକଳ ୫୨କୋଟି ରୁ ଆରମ୍ଭ କରା ଯାଇ ଏବେ ୧୭୨କୋଟିରୁ ଉର୍ଦ୍ଦ ଟଙ୍କା ଖର୍ଚ ହୋଇ ସେତୁନିର୍ମାଣ କାମ ସରିଛି ।କଲିକତାର ରୟାଲ ଇନଫୋ କମ୍ପାନ ି ଅତ୍ୟାଧୁନିକ ଶୈଳିରେ ସେତୁ ନିର୍ମାଣ କାମକରିଥିବା ବେଳେ ତାହା କିଛି ସ୍ଥାନରେ ନିମ୍ମମାନର କାମହୋଇଥିବାରୁ ସେତୁ ପ୍ରତି ଆଗାମି ଦିନରେ ବିପଦ ରହିଥିବାର ଆଶଙ୍କାକୁ ଏଡାଇଦିଆ ଯାଇ ନପାରେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.