Home ଜିଲ୍ଲା ପରିକ୍ରମା ସୀମାନ୍ତ ମୋଟୁ ଥାନା ପୁଲିସର ଚଢଉ ୫୦କେଜି ଗଜେଂଇ ଜବତ ୨ ଗିରଫ

ସୀମାନ୍ତ ମୋଟୁ ଥାନା ପୁଲିସର ଚଢଉ ୫୦କେଜି ଗଜେଂଇ ଜବତ ୨ ଗିରଫ

38

ମାଲକାନଗିରି,୨ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ପୁଲିସ ପକ୍ଷରୁ ଚଢଉ କରାଯାଇ ବେଆଇନ ଭାବେ ଚୋରାରେ ଗଜେଂଇ ଚାଲାଣ କରୁଥିବା ସମୟରେ ଦୁଇଜଣଙ୍କୁ ଗିରଫ କରିବାସହ ସେମାନଙ୍କ ଠାରୁ ୫୦କେଜି୨୦୦ଗ୍ରାମ ଗଜେଂଇ ଜବତ କରିଛନ୍ତି । ଆଜି ସକାଳେ ମୋଟୁ ଥାନା ପୁଲିସ ପକ୍ଷରୁ ସିଲେରୁ ନଦୀ ଗୋରସପାଲି ଘାଟ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ସେହି ରାସ୍ତା ଦେଇ ସିଲେରୁ ନଦୀପାର ହୋଇ ଆନ୍ଦ୍ରପ୍ରଦେଶକୁ ଦୁଇଜଣ ଯୁବକ ସନ୍ଦେହ ଜନକ ଅବସ୍ଥାରେ ଯାଉଥିବା ସମୟରେ ପୁଲିସ ସେମାନଙ୍କୁ ଗୋଡାଇ ଧରିଥିଲେ । ସେମାନଙ୍କ ବ୍ୟାଗ ଯାଚଂ କରିବାରୁ ସେଥିରୁ ୫୦କେଜି୨୦୦ ଗ୍ରାମ ଗଜେଂଇ ବାହାରିଥିଲା । ଏହି ଗଜେଂଇ ଗୁଡିକୁ ଓରକେଲ ଥାନାସ୍ଥ ବାଲିମେଳା ସହରର ଡ୍ରଗଲାଇନର କୁନା ନାୟକ ଓ କୁମାର ପାତ୍ର ନାମକ ଦୁଇଜଣ ଯୁବକ ଆନ୍ଦ୍ରପ୍ରଦେଶକୁ ବିକ୍ରି କରିବା ପାଇଁ ନେଉଥିଲେ । ପୁଲିସ ସେମାନଙ୍କୁ ଗିରଫ କରି ତାଙ୍କ ଠାରୁ ଗଜେଂଇ ୨ଟି ମୋବାଇଲ,୨ହଜାର ଟଙ୍କା ଜବତକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.