Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଦୁର୍ନିତୀ ନିବାରଣ ସଚେତନତା ସଂପର୍କରେ ସପଥପାଠ

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଦୁର୍ନିତୀ ନିବାରଣ ସଚେତନତା ସଂପର୍କରେ ସପଥପାଠ

42

ମାଲକାନଗିରି,୨ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରେ ଆଜି ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ଉଦଯାପିତ ହୋଇ ଯାଇଛି ।
ଏହି ଅବସରେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନିତୀ ନିବାରଣ ସଂପର୍କରେ ଜନ ସଚେତନତାର ସପଥ ପାଠ କରାଯାଇଥିଲା । କୋଭିଡ ନିୟମ ପାଳନ ସହ ସାମଜିକ ଦୂରତା ଅବଲମ୍ବନ ଓ ମାସ୍କପରିଧାନ କରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ସମସ୍ତ କର୍ମଚାରିମାନଙ୍କୁ ସପଥପାଠ ପଢି ଶୁଣାଇଥିଲେ । ଏହି ଅବସରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଡିଆରଡିଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ଦୀଲ୍ଲିପ କୁମାର ସାମନ୍ତରାୟ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ସପଥପାଠ କରିଥିଲେ । ଠିକ ସେହିପରି ଏମଭି୧୫ ଗ୍ରାମରେ ସର୍ଦ୍ଦାରବଲ୍ଲଭଭାଇ ପଟେଲ କ୍ଲବ ଓ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଦୁର୍ନିତୀ ନିବାରଣ ସପ୍ତାହ ଉଦଯାପିତ ହୋଇଯାଇଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.