Home ଓଡ଼ିଶା ସି.ଆଇ.ଏସ୍‌.ଏଫ୍ ଯବାନଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମର ଶିକାର

ସି.ଆଇ.ଏସ୍‌.ଏଫ୍ ଯବାନଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମର ଶିକାର

707

ଜଗତସିଂହପୁର – ୧୮/୦୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) – ସାଢେ ଚାରିବର୍ଷର ନାବାଳିକାକି ଦୁଷ୍କର୍ମ। ପାରାଦ୍ୱୀପ ଆଇ.ଓ.ସି.ଏଲ୍‌.ର ସି.ଆଇ.ଏସ୍‌.ଏଫ୍ ଟାଉନ୍‌ସିପ୍ ଭିତରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ସି.ଆଇ.ଏସ୍‌.ଏଫ୍‌. ଜବାନ ହେଡ୍‌କନେଷ୍ଟବଳ ଏମ୍‌. କାଣ୍ଡା ସ୍ୱାମୀକୁ ଗିରଫ କରି ତଦନ୍ତ ଚଳାଇଛି ଅଭୟଚାନ୍ଦପୁର ଥାନା ପୋଲିସ୍। ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ଜଗତସିଂହପୁର ଡାକ୍ତରଖାନାକୁ ପଠାଇଦିଆଯାଇଛି। ଅଭିଯୁକ୍ତ କାଣ୍ଡା ସ୍ୱାମୀଙ୍କ ଘର ତାମିଲନାଡୁ ରାଜ୍ୟରେ ବୋଲି ଜଣାପଡିଛି।

ଆଇ.ଓ.ସି.ଏଲ୍‌.ର ସି.ଆଇ.ଏସ୍‌.ଏଫ୍ ବାରାକ୍‌ରେ ରହୁଥିବା ଅନ୍ୟଜଣେ ସି.ଆଇ.ଏସ୍‌.ଏଫ୍ କନେଷ୍ଟବଳଙ୍କ ସାଢ଼େ ଚାରିବର୍ଷର ଝିଅକୁ ଚକୋଲେଟ୍ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ହେଲା ଅଭିଯୁକ୍ତ ଯବାନ ଜଣକ ପୀଡିତା ନାବାଳିକାକୁ ଚକୋଲେଟ୍ ଦେଇ ଘରକୁ ଡାକୁଥିବାରୁ ଏଥିରେ ପୀଡିତାର ମା ଙ୍କ ସନ୍ଦେହ ହେବାରୁ ଝିଅକୁ ପଚାରିବା ପରେ ସେ ସବୁକଥା ଖୋଲି କହିଥିଲା। ଘଟଣା ସଂପର୍କରେ ଶୁକ୍ରବାର ରାତିରେ ପରିବାର ଲୋକେ ଜାଣିବା ପରେ ସଂଗେ ସଂଗେ ପୋଲିସ୍‌ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମାତ୍ରେ ଅଭୟଚାନ୍ଦପୁର ଥାନା ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବା ସହିତ ଅଭିଯୁକ୍ତ ଯବାନଙ୍କୁ ଗିରଫ କରାଯାଇଛି। ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପଠାଯିବା ସହିତ ଅଭିଯୁକ୍ତଙ୍କୁ ମେଡିକାଲ ଚେକ୍‌ଅପ୍ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.