Home ଓଡ଼ିଶା ଫାସ୍ଟ୍ୟାଗ ବାଲାନ୍ସ ଜାଣିବା ପାଇଁ ମିସଡ କଲ ସୂଚନା ବ୍ୟବସ୍ଥା

ଫାସ୍ଟ୍ୟାଗ ବାଲାନ୍ସ ଜାଣିବା ପାଇଁ ମିସଡ କଲ ସୂଚନା ବ୍ୟବସ୍ଥା

270

ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଏଣିକି ଫାସ୍ଟ୍ୟାଗ ପ୍ରିପେଡ ୱାଲେଟରେ କେତେ ଟଙ୍କା ବାଲାନ୍ସ ରହିଛି ତାହା କେବଳ ଗୋଟିଏ ମିସଡ କଲ ମାଧ୍ୟମରେ ଜାଣିହେବ। ଫାସ୍ଟ୍ୟାଗ ବ୍ୟବହାରକାରୀମାନଙ୍କୁ ବାଧାମୁକ୍ତ ଏବଂ ସୁବିଧାଜନକ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏନଏଚଏଆଇର ସହଯୋଗୀ କମ୍ପାନୀ ଇଣ୍ଡିଆନ ହାଇୱେଜ ମ୍ୟାନେଜମେଂଟ କମ୍ପାନୀ ଲିଃ (ଆଇଏଚଏମସିଏଲ) ପକ୍ଷରୁ ଏନଏଚଏଆଇ ପ୍ରିପେଡ ୱାଲେଟର ବାଲାନ୍ସ ଜାଣିବା ଲାଗି ମିସଡ କଲ ସୂଚନା ବ୍ୟବସ୍ଥା ଆରମ୍ଭ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଫାସ୍ଟ୍ୟାଗ ବ୍ୟବହାରକାରୀମାନେ +୯୧-୮୮୮୪୩୩୩୩୩୧କୁ ଡାଏଲ କରିବେ। ଏହାପରେ ତାଙ୍କର ଏନଏଚଏଆଇ ପ୍ରିପେଡ ୱାଲେଟରେ କେତେ ଟଙ୍କାର ବାଲାନ୍ସ ଅଛି ତାହା ଏସଏମଏସ ମାଧ୍ୟମରେ ସୂଚାଇ ଦିଆଯିବ।

ଏହି ସେବାର ବୈଶିଷ୍ଟ୍ୟ ହେଉଛି ଏହା ମାଗଣାରେ ୨୪ ଘଂଟା ମିଳିପାରିବ। ସମସ୍ତ ମୋବାଇଲ ଡିଭାଇସ ଓ ଅପରେଟରରେ ଏହାକୁ ଉପଯୋଗ କରାଯାଇପାରିବ। ଏଥିପାଇଁ ଇଂଟରନେଟର ଆବଶ୍ୟକତା ନାହିଁ। ଗୋଟିଏ ଏନଏଚଏଆଇ ପ୍ରିପେଡ ୱାଲେଟରେ ଏକାଧିକ ଯାନ ସଂଯୁକ୍ତ ହୋଇଥିଲେ ଏସଏମଏସରେ ପ୍ରତ୍ୟେକ ଗାଡ଼ି ପାଇଁ ଉଦ୍ଦିଷ୍ଟ ସମସ୍ତ ଟ୍ୟାଗର ବାଲାନ୍ସ ଦେଖାଇବ। ଏହାପରେ ଯଦି କୌଣସି ବାହନର ବାଲାନ୍ସ କମ ଥାଏ ତା’ହେଲେ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଅଲଗା ଏସଏମଏସ ଯିବ, ଯେଉଁଥିରେ କମ ବାଲାନ୍ସ ଅଛି ବୋଲି ଉପଯୋଗକାରୀଙ୍କୁ ସୂଚିତ କରାଯିବ।

ଏହି ସୁବିଧା କେବଳ ଏନଏଚଏଆଇ ପ୍ରିପେଡ ୱାଲେଟ ସହ ଯୋଡ଼ି ହୋଇଥିବା ଫାସ୍ଟ୍ୟାଗ ବ୍ୟବହାରକାରୀଙ୍କୁ ମିଳିବ। ବର୍ତମାନସୁଦ୍ଧା ବିଭିନ୍ନ ବ୍ୟାଙ୍କ ଆକାଉଂଟ ସହ ଯୋଡ଼ି ହୋଇଥିବା ଅନ୍ୟ ଏନଏଚଏଆଇ ଫାସ୍ଟ୍ୟାଗ ବ୍ୟବହାରକାରୀଙ୍କ ବାଲାନ୍ସ ଏହି ସୁବିଧା ମାଧ୍ୟମରେ ଜାଣିହେବ ନାହିଁ।

ଏନଏଚଏଆଇ ପ୍ରିପେଡ ୱାଲେଟ ଆରମ୍ଭ ହେବା ପରଠାରୁ ୨.୨୫ ଲକ୍ଷ ଏନଏଚଏଆଇ ଫାସ୍ଟ୍ୟାଗ ବ୍ୟବହାରକାରୀ ମାଇଁ ଫାସ୍ଟ୍ୟାଗ ଆପ ବ୍ୟବହାର କରି ଏହାକୁ ଲୋଡ କରିସାରିଲେଣି। ବ୍ୟାଙ୍କ ନିରପେକ୍ଷ ଟ୍ୟାଗ ହୋଇଥିବାରୁ ମାଇଁ ଫାସ୍ଟ୍ୟାଗ ଆପ ଜରିଆରେ ଏନଏଚଏଆଇ ଫାସ୍ଟ୍ୟାଗକୁ ସେଭିଂସ ବ୍ୟାଙ୍କ ଆକାଉଂଟ କିମ୍ବା ଏନଏଚଏଆଇ ପ୍ରିପେଡ ୱାଲେଟ ସହ ଯୋଡ଼ାଯାଇପାରିବ। ଏବେ ୧୩ଟି ବ୍ୟାଙ୍କର ଆକାଉଂଟକୁ ଏନଏଚଏଆଇ ଫାସ୍ଟ୍ୟାଗ ସହ ଯୋଡ଼ାଯାଇପାରୁଛି। ଏହାଛଡ଼ା ମାଇ ଫାସ୍ଟ୍ୟାଗ ଆପ ବର୍ତମାନ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.