Home ଜିଲ୍ଲା ପରିକ୍ରମା ଯାଜପୁର ଜିଲ୍ଲାରେ କର୍ଯ୍ୟକାରୀ ହେଉନି ସରକାରଙ୍କ ୫ ଟି ଯୋଜନା !  ଅର୍ଦ୍ଧ ଦଗ୍ଧ ଶିଶୁଟିର...

ଯାଜପୁର ଜିଲ୍ଲାରେ କର୍ଯ୍ୟକାରୀ ହେଉନି ସରକାରଙ୍କ ୫ ଟି ଯୋଜନା !  ଅର୍ଦ୍ଧ ଦଗ୍ଧ ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଲା ପ୍ରଶାସନ

438

ଯାଜପୁର୧୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ସମସ୍ତ ଜନସାଧାରଣ ମାଗଣାରେ ଉପଯୁକ୍ତ୍ ସ୍ୱାସ୍ଥ ସେବା ପାଇବାକୁ ରାଜ୍ୟ ସରକାର ୫ଟି ଗଠନ କରି ଏହାର ସଚିବ ଜଣେ ଆଇଏଏସ ଅଫିସରଙ୍କୁ କରାଇଛନ୍ତି । ରାଜ୍ୟ ବ୍ୟାପି ଉକ୍ତ ସଚିବ ସମସ୍ତ ସରକାରୀ ଚିକିତ୍ସାଳୟ ଗୁଡିକରେ ରାଜ୍ୟବାସୀ ଯେପରି ଉପଯୁକ୍ତ ଚିକିତ୍ସା ପାଇବେ ସେଥିଦାଇଁ ତଦାରଖ କରୁଥିବା ଦୈନଦିନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । କିନ୍ତୁ ଯାଜପୁର ଜିଲ୍ଲାରେ ଏହାର ବେତିକ୍ରମ ହେଉଥିବା ଆଜି ଜିଲ୍ଲାପାଳ ଜଣେ ‘ଅର୍ଦ୍ଧ ଦଗ୍ଧ ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଲା ପ୍ରଶାସନ’ ଶିର୍ଷକ ଖବର ଜିଲ୍ଲା ସୁଚନାଲୋକସଂପର୍କ ଅଧିକାରୀ ସମସ୍ତ ଗଣମାଧ୍ୟମକୁ ପ୍ରେରଣ ପରେ ସ୍ପଷ୍ଟ ହୋଇଛି ।
ଜିଲ୍ଲା ସୁଚନାଲୋକସଂପର୍କ ଅଧିକାରୀଙ୍କ ସୁଚନା ଅନୁଯାୟୀ :-ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ରହିଥିବା ୪ ବର୍ଷର ଶିଶୁ କନ୍ୟା ମୀନାର ତତ୍‌କ୍ଷଣାତ୍ ଚିକିତ୍ସା ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି ।  ବଡଚଣା ବ୍ଳ୍‌କ ସମିଆଁ ପଞ୍ଚାୟତର ପୁବୁଲି ଗ୍ରାମର ସମର ନାୟକ ଓ ରଙ୍ଗ ନାୟକଙ୍କ ଝିଅ ମୀନା ।  ଗତ ୨୦୧୯ ଡିସେମ୍ୱର ୩୧ ତାରିଖରେ କୈାଣସି କାରଣରୁ ମୀନା ଦେହରେ ନିଆଁ ଲାଗିଯାଇଥିଲା ।  ପୋଡିଯାଇଥିବା ମୀନାକୁ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାର ପିତା ମାତା ତୁଟୁକା ଚିକିତ୍ସା, ଝଡା ପୁଂଙ୍କା ଇତ୍ୟାଦି କରୁଚ୍ଥନ୍ତି ।  ବାରମ୍ୱାର ବୁଝା ଶୁଝା କଲେ ମଧ୍ୟ ସେମାନେ ଡାକ୍ତରୀ ଚିକିତ୍ସା ପାଇଁ ଅମଙ୍ଗ ହେଊଥିଲେ ।  ଘଟଣା ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତାହାର ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲାପାଳ ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ବହୁ ବୁଝା ସୁଝା ପରେ ଡାକ୍ତରଖାନାକୁ ଆସିବାକୁ ରାଜି ହୋଇଥିବା ପିତା ମାତା କିନ୍ତୁ ଡାକ୍ତରଖାନାରେ ପହଞ୍ଚି ତୁରନ୍ତ ଘରକୁ ପେଂରିଯିବାକୁ ବ୍ୟସ୍ତ ହେଊଥିଲେ ।  ସେମାନଙ୍କୁ ଅନେକ ବୁଝା ଶୁଝା କରି ମୀନାର ଆଡମିଶନ କରାଯାଇଚ୍ଥି ।  ମୁଖ୍ୟ ଚିକିତ୍ସାଳୟର ପିଂମେଲ ସର୍ଜରୀ ୱାର୍ଡର ୧୨୪ ନମ୍ୱର ବେଡରେ ସେ ଆଡମିଶନ ହୋଇଥିଲେ ମଧ୍ୟ ପିତା ମାତା ପିଲାକୁ ଘରକୁ ନେଇ ପେଂରିଯିବା ପାଇଁ ଜିଦି କରିବା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ବିଚଳିତ କରିଚ୍ଥି ।  ଶିଶୁଟିର ଚିକିତ୍ସା ପାଇଁ ଜିଲ୍ଲାପାଳ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ସୂଚନା ଦେଇଚ୍ଥନ୍ତି ।  ସମନ୍ୱିତ ଊଦ୍ୟମରେ ଏହିଭଳି ଘଟଣା ଗୁଡିକର ତୁରନ୍ତ ଚିକିତ୍ସା ହେବା ଆବଶ୍ୟକ  ବୋଲି ଶିଶୁ ମଙ୍ଗଳ କମିଟିର ସଦସ୍ୟ ଓ ଅଧ୍ୟକ୍ଷା ମତ ଦେଇଚ୍ଥନ୍ତି ।  ଶିଶୁଟି ଯଦିଓ ସୁସ୍ଥ ଅଚ୍ଥି ତେବେ ନିୟମିତ ଓ ଚିକିତ୍ସାଳୟରେ ନିରନ୍ତର ଚିକିତ୍ସାର ଆବଶ୍ୟକ ଅଚ୍ଥି ବୋଲି ଶିଶୁ ଚିକିତ୍ସା ଅଧିକାରୀ କହିଚ୍ଥନ୍ତି ।  ଊକ୍ତ ଶିଶୁଟିର ଚିକିତ୍ସା ନିମନ୍ତେ ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା  ପଦ୍ମ ଚରଣ ସାମନ୍ତରାୟ ଓ କାଳୀ ପ୍ରସାଦ ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ  ଆବଶ୍ୟକୀୟ  ସମସ୍ତ ପ୍ରକାର ସହଯୋଗ କରିଥିବା ସୁଚନା ଦେଥଛନ୍ତି ଲୋକସଂପର୍କ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.