Home ଓଡ଼ିଶା ସିବିଏସଇ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ଟପ୍ପର ଛାତ୍ରଙ୍କ ସହିତ ଭିଡିଓ କଲ ମାଧ୍ୟମରେ ୫ଟି ସଚିବ...

ସିବିଏସଇ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ଟପ୍ପର ଛାତ୍ରଙ୍କ ସହିତ ଭିଡିଓ କଲ ମାଧ୍ୟମରେ ୫ଟି ସଚିବ ଶୁଭେଚ୍ଛା ଜଣାଇଲେ

205

ମାଲକାନଗିରି,୧୮ା୭(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଖଇରପୁଟ ଠାରେ ଥିବା ଓଡିଶା ଆଦର୍ଶବିଦ୍ୟାଳୟ ର ଛାତ୍ର ଅମ୍ରିତ କେଶରୀ ପାତ୍ର ଚଳିତବର୍ଷ ସିବିଏସଇ ଦଶମ ଶ୍ରେଣୀପରୀକ୍ଷାରେ ୯୫.୪ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଚଂଳରୁ ଜଣେ ଛାତ୍ର ସିବିଏସଇ ପରୀକ୍ଷାରେ ଟପ୍ପର ହୋଇଥିବାର ଜାଣି ୫ଟି ସଚିବ ଭିକେ ପାଣ୍ଡିଆନ୍ କୃତି ଛାତ୍ର ଅମ୍ରିତ ଙ୍କ ସଫଳତା ପାଇଁ ଭିଡିଓ ଫୋନକଲ ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜଳଭବିଷ୍ୟତ କାମନା କରିଛନ୍ତି । ଶ୍ରୀ ପାଣ୍ଡିଆନ ଫୋନ ମାଧ୍ୟମରେ ଶ୍ରୀ ପାତ୍ର ଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ଅମ୍ରିତଙ୍କ ବାପା ଅଭୟ ପାତ୍ର ଓ ପରିବାର ୫ଟି ସଚିବ ଶ୍ରୀ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭବିଷ୍ୟତରେ ଅମ୍ରିତ ଜଣେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବାକରିବେ ବୋଲି କହିଛନ୍ତି । ଜିଲ୍ଲାରେ ଟପ୍ପର ହୋଇଥିବାରୁ ଅମ୍ରିତଙ୍କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସହପାଠୀ ଙ୍କ ସହିତ ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇ ପ୍ରଶଂସା କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.