Home ଓଡ଼ିଶା ମାଲକାନଗିରି ଓ ବାଲିମେଳା ସହରରେ ଅର୍ନିଷ୍ଟକାଳ ପର୍ଯ୍ୟନ୍ତ କଟେଂନମେଟଂ ଜୋନ ଘୋଷଣା

ମାଲକାନଗିରି ଓ ବାଲିମେଳା ସହରରେ ଅର୍ନିଷ୍ଟକାଳ ପର୍ଯ୍ୟନ୍ତ କଟେଂନମେଟଂ ଜୋନ ଘୋଷଣା

208

ମାଲକାନଗିରି,୧୮ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ମହାମାରି ଉଗ୍ରରୂପନେଇ ସଂକ୍ରମଣଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧିପାଇବାରେ ଲାଗିଛି । ବିଶେଷ କରି ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସି ଅଚଂଳରେ ବୁହମାତ୍ରାରେ ସ୍ଥାନୀୟ ବ୍ୟକ୍ତିଙ୍କ ପଜିଟିଭ ଚିହ୍ନଟ ହୋଇଥିବାରୁ କରୋନା ସଂକ୍ରମଣ ଯେପରି ବ୍ୟାପିବ ନାହିଁ ସେ ନେଇ ଏହି ଦୁଇଟି ଅଚଂଳକୁ ଅର୍ନିଷ୍ଟ କାଳ ପର୍ଯ୍ୟନ୍ତ କଟେଂନମେଟଂ ଜୋନଘୋଷଣା କରାଯାଇଛି । ଏହା ଦ୍ୱାରା ମାଲକାନଗିରି ପୌରପରିଷଦ ଓ ବାଲିମେଳା ସହରରେ ସମସ୍ତ ଦୋକାନବଜାର ଗୁଡିକ ବନ୍ଦକରିଦିଆ ଯିବାସହିତ ଯାନବାହନ ଚଳାଚଳ କୁ ମଧ୍ୟ ବନ୍ଦକରିଦିଆ ଯାଇଛି । କେହି ଲୋକ ବାହାରକୁ ନବାହାରିବା ପାଇଁ କୁହାଯାଇଛି । ଆଜି ମାଲକାନଗିରି ସହରରେ ତହସଲିଦାର ଡ. ଗୁଣନିଧି ନାୟକ,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ପୌରପରିଷଦ ନିର୍ବାହି ଅଧିକାରୀ ତ୍ରୀଶୁଲ ମାର୍ଡି ଡାକାବାଜୀ ଯନ୍ତ୍ର ଯୋଗେ କୋଭିଡ୧୯ ଓ କଟେଂନମେଟଂ ଜୋନ ର ନିୟମ କାନୁନ ସଂପର୍କରେ ଜନସଚେତନତା କରିବା ସହିତ ସମସ୍ତ ସହରବସୀ ଙ୍କୁ ଘରୁ ନବାହିରି ବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରତି ସାହିବସ୍ତି ପାଇଁ ଜଣେ ଲେଖା ଅଧିକାରୀ ଓ ସରକାରି କର୍ମଚାରୀଙ୍କୁ ମୁତୟନ କରାଯାଇଛି । ସାହିବସ୍ତିର ଲୋକଙ୍କୁ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରକରାପଡିଲେ ସେମାନେ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଜଣାଇଲେ ପୌରକର୍ମଚାରୀ ମାନେ ସେମାନଙ୍କ ନିକଟରେ ପହଁଚାଇ ଦେଉଛନ୍ତି ।ବିଶେଷ କରି ଗତ କିଛି ଦିନ ହେଲା ଲଗାତର ଭାବେ ସହରାଚଂଳରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ଶୁକ୍ରବାର ରାତ୍ର ଠାରୁ ଅର୍ନିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ପୌରାଚଂଳ ସହ ବାଲିମେଳା ଏନଏସି ଅଚଂଳର ସମସ୍ତ ସାହିବସ୍ତିକୁ କଟେଂନମେଟଂ ଜୋନ କରାଯାଇ ବେରିକେଟ ସହ ନାକାବନ୍ଦି କରିଦିଆଯାଇଛି । ଆଜି ପୁଣି ଏହି ଦୁଇଟି ସହରାଚଂଳରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୁ ମାଲକାନଗିରି ପୌରାଚଂଳ ସହ ବାଲିମେଳା ଏନଏସି ଅଚଂଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟେଂନମେଟଂ ଜୋନ କୁ କଢାକଡି କରି ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପ୍ରହରା ଆରମ୍ଭ ହୋଇଯାଇଛି । ଏହି ସମୟରେ ମେଡିକାଲ,ଔଷଧଦୋକାନ, ପେଟ୍ରୋଲ ପମ୍ପ,ଖିର ଓ ପନିପରିବା,ଅତ୍ୟାବଶ୍ୟକିୟ ସାମଗ୍ରୀ ଦୋକାନ କିଛି ସ୍ଥାନରେ ଅଳ୍ପସଂଖ୍ୟକ କେବଳ ସକାଳ ୭ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିବ । ହାଟ ବଜାର ଅନ୍ୟାନ ଦୋକାନ ,ଯାନବାହନ ଚଳାଚଳ ବନ୍ଦରହିବ,ସହରାଚଂଳରେ ସନ୍ଧ୍ୟା ୭ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଓ ଗ୍ରାମାଚଂଳ ଗୁଡିକରେ ରାତ୍ର ୯ଟାଠାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳିନ କର୍ଫ୍ୟୁ ଜାରିକରାଯାଇଛି ,ଏହି ସମୟରେ କୌଣସି ଦୋକାନ ବଜାର ଖୋଲାଯିବନାହିଁ କି ଅତନ୍ତ୍ୟ ଜରୁରୀ ନଥିଲେ କେହି ଘରୁ ବାହରକୁ ବାହାରିବେ ନାହିଁ । ବିଶେଷ କରି ବୟସ୍କ ବ୍ୟକ୍ତି,ଗର୍ଭବତୀ ମହିଳା,ଶିଶୁ ଆଦ୍ୟୁଘରୁ ବାହରକୁ ନ ବାହାରିବା ପାଇଁ କୁହାଯାଇଛି । ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ୨୭୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଇତି ମଧ୍ୟରେ ୧୬୨ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିସାରିଲେଣି । କରୋନା ମହାମାରିପାଇଁ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କୋଭିଡ ନିୟମକୁ ମାନି ଜିଲ୍ଲାବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ । କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.