Home ଜିଲ୍ଲା ପରିକ୍ରମା ସିପିଆଇ(ଏମ୍‌) ଭଦ୍ରକ ଲୋକାଲ୍ କମିଟି ପକ୍ଷରୁ ସାଧାରଣ ବୈଠକ

ସିପିଆଇ(ଏମ୍‌) ଭଦ୍ରକ ଲୋକାଲ୍ କମିଟି ପକ୍ଷରୁ ସାଧାରଣ ବୈଠକ

13

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ୍‌) ଭଦ୍ରକ ଲୋକାଲ୍ କମିଟି ପକ୍ଷରୁ ସାଧାରଣ ବୈଠକ ଅମୀୟ ନିଶାକର ଭବନରେ କାଳନ୍ଦୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟି ଜିଲା କମିଟି ସଂପାଦକ ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ରାଧା ଦାସ ଓ ରାଜ୍ୟ ନେତା ସନ୍ତୋଷ ଦାସ ପ୍ରମୁଖ ନିଜ ବକ୍ତବ୍ୟରେ ଶ୍ରମିକ, କୃଷକ, ମହିଳା, ଯୁବକ, ହରିଜନ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଯେଭଳି ଆକ୍ରମଣ ହେବା ସହ ଦରଦାମ ବୃଦ୍ଧି ସହ କିଶାନ ମଜଦୁରମାନଙ୍କ ଲାଭପାଇଁ ଏମଏସ୍‌ପି ଆଇନ୍ ଯେଭଳି ଲାଗୁ ହେଉନାହିଁ, ତାହାକୁ କଡା ସମାଲୋଚନା କରିଥିଲେ । ଦେଶର ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ, ବୀମା, ବନ୍ଦର ଓ ରାଜପଥ, କଳକାରଖାନା, ଖାଦାନ, ପୋଷ୍ଟ ଅଫିସ୍‌କୁ ମୋଦି ସରକାର ଯେଭଳି ଆଦାନୀ, ଅମ୍ବାନୀ, ଜିନ୍ଦଲ ଭଳି କଂପାନୀକୁ ଶାଗ ମାଛ ଦରରେ ବିକ୍ରି କରିବାକୁ ପଛାଉନଥିବା ବେଳେ ମଣିପୁରରରେ ଦେଶର ମହିଳାମାନଙ୍କ ଉପରେ ଆକ୍ରମଣର ନଜିର ଦେଖିବାକୁ ମିଳିଛି । ଆମ ଓଡ଼ିଶା ମାଟିରେ ମଧ୍ୟ ଖାଦ୍ୟ ନପାଇ ଲୋକେ ମରୁଛନ୍ତି । ଶାରୀରିକ ଆକ୍ରମଣରୁ ମଧ୍ୟ ସେମାନେ ବାଦ୍ ପଡୁନାହାଁନ୍ତି । ଓଡ଼ିଆ ପୁଅ-ଝିଅ ମାନେ ଅନ୍ୟ ରାଜ୍ୟକୁ ଗୋତି ଖଟିବାକୁ ଲମ୍ବା ଲାଇନ୍‌ରେ ଯିବାର ଚିତ୍ର୍ର କୋଭିଡ ବେଳେ ଜଣାପଡିଛି । ମୋଦି ସରକାର ଲୋକସଭାକୁ ଦଖଲ କରିବା ସହ ରାଜ୍ୟର ବିଧାନସଭାକୁ ଅକ୍ତିଆର କରିବା ପାଇଁ ବିଜେପି ଦଳକୁ ଆବୋରିଛି । ମୋଦି ଓ ନବୀନ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଲୋକମାନଙ୍କୁ ଦେଶଦ୍ରୋହୀ କହି ମକଦ୍ଦମା ରୁଜୁ କରାଯାଉଛି । ଅପରପକ୍ଷରେ ଦେଶରେ ଧର୍ମ ନାମରେ ରାଜନୀତି କରିବା ପାଇଁ ମହାପ୍ରଭୁ ଶ୍ରୀରାମଚନ୍ଦ୍ର, ଶ୍ରୀଜଗନ୍ନାଥଙ୍କୁ ଆରାଧନା ନାମରେ ଦେଶକୁ ଭାଗ ଭାଗ କରାଯାଉଛି । ଏଣୁ ଏହି ନୀତି ବିରୁଦ୍ଧରେ ସିପିଆଇ(ଏମ୍‌) ବିଜେପି ଓ ବିଜେଡି ବିରୁଦ୍ଧରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଉପରୋକ୍ତ ବକ୍ତାମାନେ ସମସ୍ତଙ୍କୁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.