Home ଜିଲ୍ଲା ପରିକ୍ରମା ବିଧାୟକଙ୍କ ଦ୍ୱାରା ୨ ପ୍ରକଳ୍ପ ଶିଳାନ୍ୟାସ

ବିଧାୟକଙ୍କ ଦ୍ୱାରା ୨ ପ୍ରକଳ୍ପ ଶିଳାନ୍ୟାସ

5

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଷ୍ଣୁପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ବିଧାୟକ ପ୍ରଫୁଲ୍ଲ ସାମଲ ଶନିବାର କରିଛନ୍ତି । ଆଦମପୁର ଗ୍ରାମର କପାଳି ନଦୀ ଉପରେ ବିଜୁ ସେତୁର ଶିଳାନ୍ୟାସ କରାଯାଇଥିଲା । ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ହେବାକୁ ଥିବା ଏହି ସେତୁର ଶିଳାନ୍ୟାସ ବିଧାୟକ ଶ୍ରୀ ସାମଲ କରିଥିଲେ । ସେହିପରି ବିଷ୍ଣୁପୁର ହନୁମାନଛକରେ ପଞ୍ଚାୟତସ୍ତରୀୟ ମହାସଂଘ ଗୃହର ଶିଳାନ୍ୟାସ ଶ୍ରୀ ସାମଲ କରିଥିଲେ । ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଚଳିତ ବର୍ଷ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ସରପଞ୍ଚ ଅମୂଲ୍ୟ କୁମାର ନାୟକ, ସମିତି ସଭ୍ୟ ପ୍ରତିନିଧି ଦୀପକ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.