Home ଜିଲ୍ଲା ପରିକ୍ରମା ରାଜ୍ୟ କଂଗ୍ରେସ ସଭାପତିଙ୍କୁ ଭଦ୍ରକ ଠାରେ ସମ୍ବର୍ଦ୍ଧନା

ରାଜ୍ୟ କଂଗ୍ରେସ ସଭାପତିଙ୍କୁ ଭଦ୍ରକ ଠାରେ ସମ୍ବର୍ଦ୍ଧନା

13

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓରିଓନ ହୋଟେଲ ସମ୍ମୁଖରେ ଜିଲ୍ଲା ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ପୁଷ୍ପଗୁଚ୍ଛ ଦେଇ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରୁ ଆସିଥିବା ନେତୃମଣ୍ଡଳୀ ଙ୍କ ମ୍ମରୁ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଅମିତାବାଳା ଆଚାର୍ଯ୍ୟ,ନାରୀ ନେତ୍ରୀ ତଥା ଆଇନଜୀବି ସ୍ୱସ୍ତିକା ପଣ୍ଡା ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବଳରାମ ରାଉତ, ଭଦ୍ରକ ବିଧାନସଭା ସଭାପତି ଇଲିୟାସ ଅଲ୍ଲୀ ଖାନ୍ , ଜିଲ୍ଲା ଯୁବ କଂଗ୍ରେସ ନଗର ସାଧାରଣ ସମ୍ପାଦକ ସୁଶାନ୍ତ ଦାସ,ବେତଡା ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଶଶିକାନ୍ତ ଦାସ ନେତା ଅଜୟ ଧଳ,ଯୁବନେତା ରଞ୍ଜିତ ଦାସ,କଳ୍ପତରୁ ପରିଡ଼ା , ଦିପୁନ ପଣ୍ଡା , ଶଶିକାନ୍ତ ମହାପାତ୍ର, ଅକ୍ଷୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପିସିସି ସଭାପତି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଅଢ଼ା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ଭଦ୍ରକ ଠାରେ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.