Home ଜିଲ୍ଲା ପରିକ୍ରମା ସାଳନ୍ଦୀ ନଦୀରେ ଭାସିଯାଇ ଯୁବକ ନିଖୋଜ

ସାଳନ୍ଦୀ ନଦୀରେ ଭାସିଯାଇ ଯୁବକ ନିଖୋଜ

56

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସାଳନ୍ଦୀ ନଦୀରେ ଗାଧୋଇଲାବେଳେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛ । ଏହି ଯୁବକଟିର ଘର ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ଇସଫପୁରରେ । ସେ ଆଜି ବାଲେଶ୍ୱର ଜିଲା ବରଦାକୁ ନିଜର ସାଙ୍ଗମାନଙ୍କ ସହିତ ପୀରବାବାଙ୍କ ଦର୍ଶନ ନିମନ୍ତେ ଯାଇଥିଲେ । ତେବେ ପୀରବାବାଙ୍କ ଦର୍ଶନ ପୂର୍ବରୁ ସାଙ୍ଗମାନଙ୍କ ସହ ନିକଟରେ ଥିବା ସାଳନ୍ଦୀ ନଦୀରେ ଗାଧୋଉଥିବାବେଳେ ଗୋଡ ଖସିଯାଇ ନଦୀସ୍ରୋତରେ ଭାସିଯାଇଥିଲେ । ଘଟଣା ସଂପର୍କରେ ଖବର ପାଇ ଅଡାସ୍ଥିତ ଦମକଳ ବାହିନୀ ସେଠାରେ ପହଞ୍ôଚ ନିଖୋଜ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.