Home ଜିଲ୍ଲା ପରିକ୍ରମା ପୌରପାଳିକା ପକ୍ଷରୁ ସହର ସୌନ୍ଦର୍ଯ୍ୟୀକରଣ – ପ୍ରାଚୀରରେ ସଚେତନତା ଭିତ୍ତିକ ଚିତ୍ରକଳା

ପୌରପାଳିକା ପକ୍ଷରୁ ସହର ସୌନ୍ଦର୍ଯ୍ୟୀକରଣ – ପ୍ରାଚୀରରେ ସଚେତନତା ଭିତ୍ତିକ ଚିତ୍ରକଳା

59

ବାଲେଶ୍ୱର, ୧୬ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ପୌରପାଳିକା ପକ୍ଷରୁ ଏବେ ପ୍ରାଚୀରମାନଙ୍କରେ ଚିତ୍ରକଳା ଅଙ୍କନ ହେଉଅଛି। ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଏହି ଚିତ୍ରକଳା ଅଙ୍କନ କରାଯାଉଛି। ଚିତ୍ର ମାଧ୍ୟମରେ ସାମାଜିକ ସଂସ୍କାର ଓ କେରାନା ପତିରୋଧ ଭିତ୍ତିକ ସଚେତନତାର ବାର୍ତ୍ତା ଦିଆଯାଉଥିବା ଲକ୍ଷ୍ୟ କରାଯାଇଛି। ବିଶେଷ କରି ସ୍ୱଚ୍ଛ ଭାରତ ଅଭିଯାନ, କରୋନା ପ୍ରରୋଧ, ବୃକ୍ଷରୋପଣ, କନ୍ୟା ଭ୍ରୁଣ ନଷ୍ଟ ନକରିବା, ନାରୀ ସଶକ୍ତିକରଣ, ନାରୀ ଶିକ୍ଷା, ପରିବେଷ ସୁରକ୍ଷା, ଉତ୍କଳୀୟ କଳା ଓ ସଂସ୍କୃତି ଆଦି ବିଷୟକୁ ଶିଳ୍ପୀମାନେ ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଏଫ ଏମ କଲେଜ ପ୍ରାଚୀର, ଜେଲ୍ ପ୍ରାଚୀର ପ୍ରଭୃତିରେ ଆରବି କ୍ରିଏସନ ସଂସ୍ଥାର ଯୁବ ଚିତ୍ରଶିଳ୍ପୀମାନେ ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହି ସାର୍ବଜନୀନ ସ୍ଥାନରେ ସଚେତନତା ମୂଳକ ଚିତ୍ର ଆଙ୍କିବାରେ ସେମାନେ ବେଶ ଆତ୍ମ ସନ୍ତୋଷ ପାଉଥିବା ଚିତ୍ରଶିଳ୍ପୀମାନେ କହିଥିଲେ। ଅରୁଣ ବାରିକ, ଭବାନୀ ଶଙ୍କର ନାୟକ, ରୂପକ ଦାସ, ଅରବିନ୍ଦ କର, ସୌଭାଗ୍ୟ ରଜନ ପାତ୍ର, ଅଜୟ ମଣ୍ଡଳ ପ୍ରମୁଖ ଶିଳ୍ପୀମାନେ ଏହି ପ୍ରାଚୀର ଚିତ୍ର ଅଙ୍କନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.