Home ଜିଲ୍ଲା ପରିକ୍ରମା ସାନ ସରକାର ବାବାଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ରକ୍ତଦାନ ଶିବିର ଲାଗି ‘ଅଖିଳ ଭାରତୀୟ ଦୁଃଖୀ...

ସାନ ସରକାର ବାବାଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ରକ୍ତଦାନ ଶିବିର ଲାଗି ‘ଅଖିଳ ଭାରତୀୟ ଦୁଃଖୀ ସମାଜ’ର ପ୍ରସ୍ତୁତି

63

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସୁପ୍ରସିଦ୍ଧ ସାନ ସରକାର ବାବା ସୈୟଦ ୱସିମ ଅଖତର କାଦ୍‌ରୀ ଓରଫ ମାମାଜାନ୍‌ଙ୍କ ଜନ୍ମଦିନ ପାଳନ ଅବସରରେ ଭଦ୍ରକ ‘ଅଖିଳ ଭାରତୀୟ ଦୁଃଖୀ ସମାଜ’ ଆନୁକୂଲ୍ୟରୁ ପୁରୁଣାବଜାର ସ୍ଥିତ ରକ୍ତଦାନ କାର୍ଯ୍ୟାଳୟ ପରିସରରେ ସଭାପତି ଇଂ ମନାୱର ହୋସେନଙ୍କ ସଭାପତିତ୍ୱରେ ଓ ସମ୍ପାଦକ ରେଜା – ଏ ରସୁଲଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବ୍ୟାପକ ପ୍ରସ୍ତୁତିରେ ନିଷ୍ପତି ହେଲା ଯେ ଚଳିତ ଜାନୁଆରୀ ମାସ ୨୪ ତାରିଖ (ରବିବାର)ରେ ବାଇପାସ୍ ରୋଡ ସ୍ଥିତ ସରକାର ନଗର (ଖାନ୍‌କାହ) ପରିସର ବାହାରେ ସକାଳ ୯ରୁ ଅପରାହ୍ଣ୍ନ ୪ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ ହେବ ଏବଂ ବାଲେଶ୍ୱର ସ୍ଥିତ ଦରଘା ମଇଦାନରେ ମଧ୍ୟ ଉକ୍ତ ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । କୋବିଡ଼-୧୯କୁ ନଜରରେ ରଖି ଜିଲ୍ଲା ପ୍ରଶାସନର ନିୟମକୁ ମାନି ‘ରକ୍ତଦାନ ଶିବିର’ ଅନୁଷ୍ଠିତ ହେବ । ଏହି ବୈଠକରେ ହାଜୀ ହୁମାୟୁନ ସାହେବ, ତବାରକ ଅଲ୍ଲୀ, ମତଲୁବ ଅଲି, ସବୀର ଅଲି, ଅବୁ ହୋସେନ ଖାଁ, ଇଂ ହବିବୁଲ୍ଲା ଖାଁ, ମୋଜୋ ଖାଁ, ମିର୍ଜା ଫରିଦ ବେଗ୍‌, ଶେଖ୍ ହବିବୁଲ୍ଲା, ଜାୱେଦ୍ ଅଖତର୍‌, ଶେଖ୍ ଅବୁକାଲାମ, ଶେଖ୍ ଅନୱର, ଫରୟାଦ୍ ଖାଁ, ମୁସ୍ତାକ ଗହ୍ୱର, ଶିକ୍ଷାବିତ୍ ମଇରାଜୁଦ୍ଦିନ, ଗୋଲାମ ମୋହିଦ୍ଦିନ, ତନସ୍ୱିର ଖାଁ, ଶେଖ୍ ଜାବିର, ମୁନ୍ନା ପ୍ରମୁଖଙ୍କ ସହ ପ୍ରତ୍ୟେକ ଗ୍ରାମର ରକ୍ତଦାନର ଗାଇଡ଼୍‌ମାନେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.