Home ଜିଲ୍ଲା ପରିକ୍ରମା ଜାତୀୟ ନିରାକରଣ ଦିବସ ପୋଲିଓ ସଚେତନତା କାର୍ଯ୍ୟକ୍ରମ

ଜାତୀୟ ନିରାକରଣ ଦିବସ ପୋଲିଓ ସଚେତନତା କାର୍ଯ୍ୟକ୍ରମ

91

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପୋଲିଓ ରୋଗର ନିରାକରଣ ଦିବସ ଓ ପୋଲିଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାବଦ୍ୟାଳୟର ଅଧ୍ୟକ୍ଷ ବ୍ରଜକିଶୋର ବଳ ଏଥିରେ ସଭାପତିତ୍ୱ କରିଥିବା ବେଳେ ପ୍ରୋଗ୍ରାମ ଅଫିସର ଡ. ଉତ୍ପଳା ନାୟକ, ଡ. ରମେଶ ଚନ୍ଦ୍ର ଦାସ , ମନୋଜ କୁମାର ମହାଳିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୋଲିଓ ରୋଗର ନିରାକରଣ କରିବାକୁ ହେଲେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଚିତ । ଏହି ରୋଗ ବିଶେଷ କରି ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ପିଲମାନଙ୍କୁ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥାଏ । ପିଲାମାନଙ୍କୁ ଓରାଲ ପୋଲିଓ ଭ୍ୟାକ୍‌ସିନ ଦିଆଯାଇ ଏହି ରୋଗର ନିରାକରଣ କରାଯାଇଥାଏ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳ କହିଥିଲେ । ଡ. ନାୟକ ତାଙ୍କ ବକ୍ତବ୍ୟରେ ମନୁଷ୍ୟର ସ୍ୱାସ୍ଥ୍ୟ ହେଉଛି ସମ୍ପଦ । ତେଣୁ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବାକୁ ହେବ । ପୋଲିଓ ଆକ୍ରାନ୍ତ ହେଲେ ଶିଶୁ ବିକଳାଙ୍ଗ ହୋଇଯାଆନ୍ତି । ସେଥିଲାଗି ସେମାନଙ୍କୁ ପୋଲିଓମୁକ୍ତ କରିବା ଆମ୍ଭମାନଙ୍କର ପରମ ଲକ୍ଷ୍ୟ ହେବା ଉଚିତ ବୋଲି ମତ ରଖିଥିଲେ । ଅନ୍ୟତମ ପ୍ରୋଗ୍ରାମ ଅଫିସର ଡ. ଦାସ ଏବଂ ଶ୍ରୀଯୁକ୍ତ ମହାଳିକ ସରକାର ଏହି ରୋଗର ନିରାକରଣ ପାଇଁ ବହୁବିଧ ପଦକ୍ଷେପ ନେଇଛନ୍ତି । ରୋଗ ପାଇଁ ଔଷଧଠାରୁ ସଚେତନତା ବଡ ବୋଲି ମତପ୍ରକଟ କରିଥିଲେ । ଡ. ଅମର କୁମାର ଦାସ ଏବଂ ସୁବ୍ରତ କୁମାର ଦାସ ରୋଗର ଭୟାବହତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୋଜାଫର ସବ୍‌ବାଜ, ଶୁଭଶ୍ରୀ, ସନ୍ତୋଷ, ପ୍ରିୟମ୍ବଦା ପ୍ରମୁଖ ଭାଗ ନେଇ ଗ୍ରାମାଞ୍ଚଳ ଏବଂ ପୋଷ୍ୟଗ୍ରାମରେ ବସବାସ କରୁଥବା ଅଧିବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବଦ୍ଧ ପରିକର ହୋଇଥିଲେ । ପୋଲିଓ ରୋଗର ନିରାକରଣ ନିମନ୍ତେ ଆସନ୍ତା ୩୧ ତାରିଖ ଟୀକାକରଣ କରିବାକୁ ଜନସଚେତନତା ସୃଷ୍ଟି ପାଇଁ ଲିଫ୍‌ଲେଟ ବଣ୍ଟନ ଉପରେ ଗୁରୁତ୍ୱ ଦିଆ ଯାଇଥିଲା । ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.