ଭଦ୍ରକ, ୩୦ା୯ – ଅକ୍ଟୋବର ମାସ ୧ ତାରିଖରୁ ୪ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା ଜାତୀୟସ୍ତରୀୟ ମାଉଟେଂନିଂ ସାଇକ୍ଲିଂ ପ୍ରତିଯୋଗିତା ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଏସବିଡି ଇଂଟରନ୍ୟାସନାଲ ସ୍କୁଲର ନବମ ଶ୍ରେଣୀ ଛାତ୍ର ହର୍ଷିତ ନାୟକ ମନୋନୀତ ହୋଇଛନ୍ତି। ସଦ୍ୟ ଶେଷ ହୋଇଥିବା ରାଜ୍ୟସ୍ତରୀୟ ସାଇକ୍ଲିଂ ପ୍ରତିଯୋଗିତାରେ ଉତମ ଖେଳ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି ଯୁବ ବାଳକ ଦଳ ବିଭାଗରେ ଓଡ଼ିଶା ଦଳ ପକ୍ଷରୁ ସ୍ଥାନ ପାଇଛନ୍ତି। ସେ ପୂର୍ବରୁ ମଧ୍ୟ ଜାତୀୟ ସ୍ତରରେ ଅଂଶଗ୍ରହଣ କରି ସଫଳତା ପାଇଥିଲେ। ହର୍ଷିତ ନିଜର ସଫଳତା ପାଇଁ ନିଜର ବାପା ମା’ଙ୍କୁ ଶ୍ରେୟ ଦେଇଥିବାବେଳେ ବାପା ସଂଗ୍ରାମୀ ଦେବିଦତ ନାୟକଙ୍କ ତତ୍ୱାବଧାନରେ ସେ କିପରି ଜଣେ ଆର୍ନ୍ତଜାତୀୟ ସାଇକ୍ଲିଷ୍ଟ ହୋଇ ପାରିବେ ସେ ନେଇ ଆଶାବାଦୀ ଅଛନ୍ତି। ହର୍ଷିତଙ୍କ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଟର ଦେବତା, ଚେୟାରମ୍ୟାନ ଦେବାଶିଶ ଦୀକ୍ଷିତ, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦିକ୍ଷୀତ, ପରିଚାଳନା ନିର୍ଦ୍ଦେଶିକା ବନ୍ଦିତା ଦୀକ୍ଷିତ, ମାର୍ଗଦସର୍ଶକ ପ୍ର. ଶୈଳେନ୍ଦ୍ର ମହାପାତ୍ର, ଦେବେନ୍ଦ୍ର ଶତପଥୀ, ଶିକ୍ଷାବିତ୍ ବିପିନି ବିବହାରୀ କର, ମାଡାମ ଚେୟାରମ୍ୟାନ ଆଶାବରୀ କର, ତଥା ଉପାଧ୍ୟକ୍ଷା ପୁଷ୍ପିତା ସ୍ୱାଇଁ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା ଏବଂ କର୍ମଚାରୀ ପ୍ରମୁଖ ଶୁଭେଛା ଜଣାଇବା ସହିତ ଶୁଭକାମନା କରିଛନ୍ତି।








