Home ଜିଲ୍ଲା ପରିକ୍ରମା ଧାମନଗର: କାଉନସିଲର-କର୍ମୀ ମୁହାଁମୁହିଁ; ଥାନାରେ ପାଲଟା ଅଭିଯୋଗ

ଧାମନଗର: କାଉନସିଲର-କର୍ମୀ ମୁହାଁମୁହିଁ; ଥାନାରେ ପାଲଟା ଅଭିଯୋଗ

0

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା କ୍ଷୟକ୍ଷତି ଓ ପ୍ରକଳ୍ପ ଆଲୋଚନାକୁ କେନ୍ଦ୍ରକରି ଆଭ୍ୟନ୍ତରୀଣ ବିବାଦ ପଦାକୁ ଆସିଛି। ୧ ନମ୍ବର ୱାର୍ଡର କାଉନସିଲର ଉତମ ମହାନ୍ତି ଓ ବିଜେପି କର୍ମୀ ବୈରାଗୀ ରାଉତଙ୍କ ମଧ୍ୟରେ ବିବାଦ ଏବେ ଥାନାରେ ପହଂଚିଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା ବେଳେ ଧାମନଗର ଥାନାରେ ରୁଜୁ ହୋଇଛି ଦୁଇଟି ପାଲଟା ମାମଲା।ସେପ୍େଟମ୍ବର ୨୪ରେ ଧାମନଗର ପୂର୍ତ ଡାକ ବଙ୍ଗଳାରେ ବୈଠକ ସମୟରେ ପ୍ରକଳ୍ପକୁ ନେଇ ବିବାଦର ସୂତ୍ରପାତ ହୋଇଥିବା ଏଫ୍‌ଆଇଆର ରେ ଦର୍ଶାଯାଇଛି। ବୈରାଗୀ ରାଉତଙ୍କ ଅଭିଯୋଗ ଅନୁଯାୟୀ, ଉତମ ମହାନ୍ତିଙ୍କ ଭାଇ ଦେବାଶିଷ ମହାନ୍ତି ତାଙ୍କୁ ଗାଳିଗୁଲଜ କରିବା ସହ ଲୁହା ଚେୟାରରେ ଆକ୍ରମଣ ଓ ଧମକ ଦେଇଥିଲେ। ଅନ୍ୟପକ୍ଷରେ ଉତମ ମହାନ୍ତିଙ୍କ ଅଭିଯୋଗରେ ବୈରାଗୀ ରାଉତ ଗାଳିଗୁଲଜ କରିବା, ମାରିବାକୁ ଉଦ୍ୟମ କରିବା ଏବଂ ଦେବାଶିଷଙ୍କୁ ଆକ୍ରମଣ କରିଥିବା ଦର୍ଶାଯାଇଛି। ଉଭୟ ଏଫ୍‌ଆଇଆର ଆଧାରରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଧାମନଗର ଥାନା ସବ୍‌-ଇନ୍ସପେକ୍ଟର ନାରାୟଣ ନାୟକ ଉଭୟ ମାମଲାର ତଦନ୍ତ କରୁଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ଓ ବନ୍ୟା କ୍ଷୟକ୍ଷତି ଆଲୋଚନା ପାଇଁ ବସିଥିବା ବୈଠକ ଯଦି ଦଳୀୟ କନ୍ଦଳ ର ମଂଚରେ ପରିଣତ ହୁଏ। ତେବେ ତାହା ନିଶ୍ଚିତ ଭାବେ ରାଜନୈତିକ ଦଳର ଆଭ୍ୟନ୍ତରୀଣ ଶୃଙ୍ଖଳା ଓ ସମନ୍ୱୟକୁ ନେଇ ପ୍ରଶ୍ନ ଉଠାଏ। ତେବେ ଉଭୟ ପକ୍ଷର ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.