Home ଅପରାଧ ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିରେ ପୁଲିସ ମହାନିର୍ଦ୍ଦେଶକଙ୍କୁ ଯାଜପୁର ଏସପିଙ୍କ ଜରିଆରେ ଦାବି ପତ୍ର

ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିରେ ପୁଲିସ ମହାନିର୍ଦ୍ଦେଶକଙ୍କୁ ଯାଜପୁର ଏସପିଙ୍କ ଜରିଆରେ ଦାବି ପତ୍ର

139

ଯାଜପୁର୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେନ୍ଦ୍ରାପଡାର ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁକୁ କେନ୍ଦ୍ରାପଡା ସାଂସଦ ଅନୁଭବ ମାହନ୍ତିଙ୍କ ଦୁର୍ବବବହାର ପ୍ରତିବାଦ ତଥା ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବିରେ ଯାଜପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଯାଜପୁର ଏସପି ଚରଣ ସିଂହ ମୀନଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଘଟିଯାଇଥିବା ଘଟଣାକୁ ନିଦ୍ଦା କରାଯିବା ସହ ସାଂସଦଙ୍କ ବ୍ୟବହାର ଅନ୍ୟ ଅସମାଜିତକ ତତ୍ୱ ମାନଙ୍କୁ ଉତ୍ସାହିତ କଲାଭଳି ହୋଇଛି । ସାଂସଦ ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି ଏକ ନିରବ ଶୋଭାଯାତ୍ରା ପାଣିକୋଇଲିସ୍ଥିତ ଯାଜପୁର ଏସପି ଅଫିସରେ ପହଂଚିବା ପରେ ଦାବିପତ୍ର ପ୍ରଦାନ କରାଯାଇଥିଲା ସଙ୍ଗଘର ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଶତପଥି ଉପଦେଷ୍ଟା ସୁବାସ ଧଳ, ମୁଖପାତ୍ର ଉମାକାନ୍ତ ରାଉତ, ଉପସଭାପତି ଚିନ୍ତାମଣୀ ପାଢୀ, ଉଦୟନାଥ ଖଣ୍ଡାଇ, ଅକ୍ଷୟ କୁମାର ଜେନାରାଣାପ୍ରତାପ ମହାପାତ୍ର, ସ୍ୱପ୍ନାନନ୍ଦ ଦାସ, ସେମ ମଇରୁଦ୍ଦିନ, ରାଜେନ୍ଦ୍ର ବିଶ୍ୱାଳ, ପ୍ରଦୀପ କୁମାର ଜେନା, ଉପେନ୍ଦ୍ର ପାତ୍ର, ବିକ୍ରମ କେଶରୀ ମହାନ୍ତ, ପ୍ରଶାନ୍ତ ନାୟକ, ଅବିନେଶ୍ୱର ôଶତପତ, ରଶି୍ମ ରଜନ ରାୟ, ଦେବେନ୍ଦ୍ର କୁମାର ନାୟକ, ପୁଲିନ ବିହାରୀ ଖୁଂଟିଆ, ପ୍ରଫୁଲ୍ଲ କୁମାର ଦାସ, ମନୋଜ କୁମାର ସାହୁ,ତୁଷାର ରଂଜନ ଜେନା, ସେକ ଇକବାଲ ହୁସେନଙ୍କ ସମେତ ବହୁ ସମ୍ବାଦିକ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.