Home ଜିଲ୍ଲା ପରିକ୍ରମା ପିଆଜ ବ୍ୟବସାୟୀ ଙ୍କ ଗୋଦାମ ଉପରେ ଖାଦ୍ୟ ଯୋଗାଣ ବିଭାଗର ଚଢଉ 

ପିଆଜ ବ୍ୟବସାୟୀ ଙ୍କ ଗୋଦାମ ଉପରେ ଖାଦ୍ୟ ଯୋଗାଣ ବିଭାଗର ଚଢଉ 

150

ମାଲକାନଗିରି,୮ା୧୧( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପିଆଜ ଦର ଆକାଶ ଛୁଆଁ  ହୋଇଥିବାରୁ ଜିଲ୍ଲାପାଳ  ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଯୋଗାଣ ନିରୀକ୍ଷକ ବୋମ୍ୟକେଶ ମାଝୀ, ଯୋଗାଣ ନିରୀକ୍ଷକ ସାଗରୀକା ମୁଦୁଲି ଆଜି ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଥିବା ପିଆଜ ବ୍ୟବସାୟୀଙ୍କ ଙ୍କ ଗୋଦାମ ଉପରେ ଚଢଉକରି ଯାଜଂ ଆରମ୍ଭ କରିଦେଇଛନ୍ତି । କୌଣସି ବ୍ୟବସାୟୀ ୪୫ ଟଙ୍କାରୁ ଅଧିକ ମୂଲ୍ୟରେ ପିଆଜ ବିକ୍ରୀ ନକରିବା ପାଇଁ ତାଗିଦ କରିଛନ୍ତି । ଆଗରୁ ପିଆଜ କିଲୋ ୩୦ଟଙ୍କା ଓ ରସୁଣ କିଲୋ୬୦ଟଙ୍କା ଥିବା ବେଳେ ଗତ କିଛି ଦିନହେଲା ପିଆଜ୬୦ରୁ୭୦ଟଙ୍କା ରସୁଣ କିଲୋ୨୦୦ରୁ୨୨୦ଟଙ୍କା ଓ କୁ ବୃଦ୍ଧିପାଇଥିବାରୁ ସାଧାରଣ ଖାଉଟିଙ୍କ ଚିନ୍ତା ବଢିଯାଇଛି । ମାଲକାନଗିରି ଜିଲ୍ଲାରେ କୃତିମ ଅଭାବ ଦେଖାଇ କିଛି ଲାଭଖୋର ବ୍ୟବସାୟୀ ମାନେ ପ୍ରତିଦିନ ୫ଟଙ୍କାରୁ୧୦ଟଙ୍କା ଲେଖା ପିଆଜ ରସୁଣ ଦର ବଢାଇ ଚାଲୁଥିବା ବେଳେ ଜିଲ୍ଲାଖାଉଟି ଯୋଗାଣ ବିଭାଗ ପକ୍ଷରୁ ବ୍ୟବସାୟୀଙ୍କ ପ୍ରତି ଲଗାମ ନଥିବାରୁ ବ୍ୟବସାୟୀ ମାନେ ଗ୍ରାହକମାନଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ବଜାର ଦର ନିୟନ୍ତ୍ରଣ ପାଇଁ ପୌରପରିଷଦ କିମ୍ବା ଜିଲ୍ଲାଯେଗାଣ ବିଭାଗ ପକ୍ଷରୁ ଚଢଉ ହେଉନଥିବାରୁ ବ୍ୟବସାୟୀ ମାନେ ମନଇଛା ଭାବେ ଆଳୁ,ପିଆଜ,ରସୁଣ, ପନିପରିବା,ମାଛ ମାଂସ ଦର ବୃଦ୍ଧିକରୁଥିବାରୁ ସାଧାରଣ ଖାଉଟୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି , ଯୋଗାଣ ବିଭାଗର ଚଢଉ ଦେଖି ବିରି ମାଡରେ କୋଳଥ ଚୋପା ହେବାପରି ଅନ୍ୟଲାଭଖୋର ବ୍ୟବସାୟୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.