Home ଅପରାଧ ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ

ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ

255

ଯାଜପୁର୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରଇ ଥାନା ଅନ୍ତର୍ଗତ ଜହ୍ନା ବେଣାପୁର ଗୋଲେଇ ଛକ-ଯାଜପୁର ରୋଡ ରାସ୍ତାରେ ଦୁର୍ଘଟଣା ଘଟି ପୁଣି ଆଜି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ଜହ୍ନା ପଂଚାୟତ ନରପଦା ଗ୍ରାମର ସରଣ ମଲ୍ଲିକଙ୍କ ସ୍ତ୍ରୀ କମଳା(୫୦) ବୋଲି ଜଣାପଡିଛି । ଆଜି କମଳା ତାଙ୍କ ପୁତୁରା ରଞ୍ଜିତ ମଲ୍ଲିକଙ୍କ ସହିତ ନିଜ ବାଇକ୍ (ଓଡି ୩୪ ୧୪୬୦)ରେ ରକ୍ତପରିକ୍ଷା ପାଇଁ ଯାଜପୁର ରୋଡ ମେଡିକାଲରୁ ଘରକୁ ଫେରୁଥିଲେ । ଜହ୍ନା ବେଣାପୁର ଗୋଲେଇ ଛକ-ଯାଜପୁର ରୋଡ ରାସ୍ତାର ପାଟୁଳି ଛକ ନିକଟରେ ଏକ ସୁଇପ୍ଟ ଗାଡି (କେଏ ୦୩ ଏମକ୍ୟୁ ୭୦୬୪) ସହିତ ଧକ୍କା ହୋଇଥିଲା । ଫଳରେ ବାଇକରୁ ପୁତୁରା ରଞ୍ଜିତ ଓ କମଳା ଉଭୟ ରାସ୍ତାରେ ଛିଟିକି ପଡିଥିଲେ । କମଳାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ କାନ ପାଟିରୁ ରକ୍ତ ବାହାରିଥିଲା । ସ୍ଥାନୀୟ ଲୋକ ପହଂଚି ଉଭୟଙ୍କୁ ଯାଜପୁର ରୋଡ ମେଡିକାଲକୁ ନେଇଥିଲେ । ମେଡ଼ିକାଲରେ ଡାକ୍ତର କମଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କୋରାଇ ଥାନା ଏଏସ୍‌ଆଇ ମଦନ ମୋହନ ମଲ୍ଲିକ, ଏସ.ଏନ ସ୍ୱାଇଁ ଅନ୍ୟ ପୁଲିସ କର୍ମଚାରୀ ପହଁଚି ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ପଠାଇଥିଲେ । କୋରାଇ ପୁଲିସ୍ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହିତ ଏନେଇ ୨୫୦/୧୯ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପ୍ରକାଶ ଯେ ଦୁଇଦିନ ତଳେ ପାଟୁଳୀ ଛକରେ ଦୁର୍ଘଟଣା ଘଟି ଜହ୍ନା ଗ୍ରାମର ଦୁଃଶାସନ ମଲିକଙ୍କ ପୁଅ ବିକାଶଙ୍କର ମୃତ୍ୟୁ ହୋଇଥିଲା । ଗତ ବର୍ଷକ ମଧ୍ୟରେ ବେଣାପୁର ବାଇପାସରେ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ରୁ ହୋଇଛି । ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଓ ବେଆଇନ୍ ପାର୍କିଙ୍ଗ ହିଁ ଦୁର୍ଘଟଣାର କାରଣ ପାଲଟିଥିବା ବେଳେ ପ୍ରଶାସନ ଏକ ପ୍ରକାର ନିଦା ବିଷ୍ନୁ ସାଜିଛି । ଏନେଇ ତୁରନ୍ତ ପାଟୁଳୀ ଛକରେ ହମ୍‌ସ ନିର୍ମାଣ କରାନଗଲେ ରାଜ ରାସ୍ତକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.