Home ଜିଲ୍ଲା ପରିକ୍ରମା ସହୀଦ ଭଗତ ସିଂଙ୍କ ୧୧୨ ତମ ଜୟନ୍ତି ଅବସରରେ “ଅଲ୍ ଇଣ୍ଡିଆ ଷ୍ଟୁଡେଂଟସ୍ ବ୍ଲକ୍” ଓ...

ସହୀଦ ଭଗତ ସିଂଙ୍କ ୧୧୨ ତମ ଜୟନ୍ତି ଅବସରରେ “ଅଲ୍ ଇଣ୍ଡିଆ ଷ୍ଟୁଡେଂଟସ୍ ବ୍ଲକ୍” ଓ “ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍” ପକ୍ଷରୁ ବୃକ୍ଷ ରୋପଣ ଓ ଆଲୋଚନା ଚକ୍ର

130

ଭୁବନେଶ୍ୱର ୨୮.୦୯ (ଓଡ଼ିଆ ପୁଅ) ଭାରତବର୍ଷର ମହାନ କ୍ରାନ୍ତିକାରୀ ସହୀଦ ଏ ଆଜମ୍ ଭଗତ ସିଂଙ୍କ ୧୧୨ ତମ ଜନ୍ମ ଜୟନ୍ତି ଅବସରରେ “ଅଲ୍ ଇଣ୍ଡିଆ ଷ୍ଟୁଡେଂଟସ୍ ବ୍ଲକ୍” ଓ “ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍” ପକ୍ଷରୁ ଆଜି ୟୁନିଟ-୬ ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଭଗତ ସିଂଙ୍କ ଜୀବନୀ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଛ ଲଗାଅ- ପରିବେଷ ବଂଚାଅ, ଓ ଜୀବ ଜଗତର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକ ହେଇ ପୁଞ୍ଜିବାଦୀ କମ୍ପାନୀ, ଯେଉଁମାନେ ଦେଶର ଜଳ, ଜମି, ଜଙ୍ଗଲ, ନଦୀ, ହ୍ରଦ, ଜୀବନ ଓ ଜୀବିକାକୁ ଧ୍ୱଂସ କରୁଛନ୍ତି ସେମାନଙ୍କ ବିରୋଧରେ ଛାତ୍ର-ଯୁବକ ଜନ ଆନ୍ଦୋଳନ ଗଢ଼ି ତେଳି ପରିବେଷ ତଥା ଦେଶର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ୱାନ ଦେଇଥିଲେ “ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ” ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର। ଭଗତ ସିଂଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ଶୋଷଣ ମୁକ୍ତ, ସମାଜବାଦୀ ସମାଜ ଗଠନ କରିବାକୁ ଛାତ୍ର-ଛାତ୍ରୀମାନେ ତାଙ୍କ ଆଦର୍ଶକୁ ଅନୁସରଣ କରିବା ହିଁ ସମୟର ଆହ୍ୱାନ। ଆଜିର କାର୍ଯ୍ୟକ୍ରମର ଗ୍ରେଟା ଥମ୍ବର ୧୬ ବର୍ଷର ସ୍ୱିଡେନ୍ ଛାତ୍ରୀ ପରିବେଷ ଓ ବିଶ୍ୱ ତାପମାତ୍ରା ହ୍ରାସ ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ କରିଛନ୍ତି, ତାଙ୍କୁ ସମର୍ଥନ କରି ୟୁନିଟ-୬ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବନେତା ନାରାୟଣ ଡାଳୁଆ, ପ୍ରଦୀପ ଦାସ, ସ୍ମୃତି ରଂଜନ ରାଓ, ଛାତ୍ର ନେତା ନାରାୟଣ ଦାସ, ବିଭୁତି ଭୂଷଣ ମହାପାତ୍ର, ବାବୁ ରାଓ, ଲିପୁ ନାୟକ, ପପି ବେହେରା, ଶିବ ନାୟକ, ମନୋଜ ମହାନ୍ତ, ଚିତ ରଂଞ୍ଜନ ମୁଣ୍ଡା, ଘନ ଶ୍ୟାମ ମୁଣ୍ଡା, ନିରଞ୍ଜନ ସରଦାର, ନାରଦ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.