Home ଓଡ଼ିଶା ଓଡ଼ିଶା ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମନୋନୟନ

ଓଡ଼ିଶା ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମନୋନୟନ

153

ଭୁବନେଶ୍ୱର, ୨୮.୦୯ (ଓଡ଼ିଆ ପୁଅ) : ଓଡ଼ିଶା ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରିଣୀର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୁବନେଶ୍ୱରଠାରେ ବିଦାୟୀ ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକରୁ ଶତାଧିକ ଶିକ୍ଷକନେତା ଯୋଗଦେଇ ସରକାରଙ୍କ ବି.ଏଡ୍ ଶିକ୍ଷକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ। ପରେ ପରେ ରାଜ୍ୟ ସଂଘର କର୍ମକର୍ତ୍ତାମାନେ ନିୟମିତ ହୋଇଥିବା ବିଷୟ ସଭାପତି ବୈଠକରେ ଅବଗତ କରାଇଥିଲେ। ତେଣୁ ସଂଘ ପୁନର୍ଗଠନର ଆବଶ୍ୟକତା ବିଷୟରେ ଆଲୋଚନା କରଯାଇଥିଲା। ଏହି ଅବସରରେ ସର୍ବସମ୍ମତି କ୍ରମେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଅଭିରାମ ପରମହଂସ ନୋଡ଼ାଲ ଉପ୍ରା ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କୁ ରାଜ୍ୟ ସଂଘର ସଭାପତି ଭାବରେ ମନୋନୟନ କରାଯାଇଥିଲା ଏବଂ ଶ୍ରୀଯୁକ୍ତ ରୂପେଶ କୁମାର ସାହୁଙ୍କୁ ସାଧାରଣ ସମ୍ପାଦକ, ଅକ୍ଷୟ କୁମାର ପୃଷ୍ଟିଙ୍କୁ ମହାସଚିବ, ଲଲାଟେନ୍ଦୁ ମହଲ ଓ ଅର୍ଚ୍ଚନା ଜେନାଙ୍କୁ କାର୍ଯ୍ୟକାରୀ ସଭାପତି, ପଦ୍ମଲୋଚନ ଘଡ଼େଇଙ୍କୁ ଉପସଭାପତି, ସୁଦିପ୍ତ ପରିଡ଼ାଙ୍କୁ ଯୁଗ୍ମ ସମ୍ପାଦକ, ମକର କେତନ ସାହୁଙ୍କୁ କୋଷାଧ୍ୟକ୍ଷ, ପୂର୍ଣ୍ଣଚନ୍ଦ୍ର ଖଟୁଆଙ୍କୁ ଆବାହକ ଏବଂ ରାଖାଲ ମହାନ୍ତ, ଟି. ରାଜାରାମ ପାତ୍ର, ଭୀମସେନ ମହାରଣା, ସୁମିତ୍ରା ମହାରଣା, ସୁମନ ସାହୁଙ୍କୁ ରାଜ୍ୟ ସଂଯୋଜକ ଭାବରେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଏତଦ୍ବ୍ୟତୀତ ରାଜ୍ୟ ସଂଘର ଉପଦେଷ୍ଟା ଭାବରେ ଶ୍ରୀଯୁକ୍ତ ଅଜୟ କୁମାର ଧଳ, ଦେବେନ୍ଦ୍ର କୁମାର ନାୟକ, ଦୁର୍ଯ୍ୟୋଧନ ଦାସ, ଉମେଶ ଚନ୍ଦ୍ର ନାୟକ ଓ ପ୍ରଦ୍ୟୁମ୍ନ ବାରିକଙ୍କୁ ମନୋନୟନ କରାଯାଇଥିଲା। ସଂଘର ସମସ୍ତ କର୍ମକର୍ତ୍ତା ନୂତନ ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଆଗାମୀ ଦିନରେ ସଂଘକୁ ଶିକ୍ଷକମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.