Home କେନ୍ଦୁଝର କୋଭିଡ କଟକଣା ମଧ୍ୟରେ ବଞ୍ଚୋ ଦଧିବାବନଜୀଉଙ୍କ ସୁନାବେଶ

କୋଭିଡ କଟକଣା ମଧ୍ୟରେ ବଞ୍ଚୋ ଦଧିବାବନଜୀଉଙ୍କ ସୁନାବେଶ

79

ହାଟଡ଼ିହି,୨୧ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବଞ୍ଚୋ ଦଧିବାନଜୀୟଉଙ୍କ ସୁନାବେଶ କରୋନା କଟକଣା ମଧ୍ୟରେ ବିନା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ହାଟଡିହି ବ୍ଲକ ବଞ୍ଚୋ ଦଧିବାବନଜିୟୁଙ୍କ ସୁନାବେଶ ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଚଳିତବର୍ଷ କରୋନା କଟକଣା ପାଇଁ ରଥଯାତ୍ରା ହୋଇନଥିବାରୁ ଆଜି ସକାଳୁ ମନ୍ଦିର ଭିତରେ ତିନି ଠାକୁରଙ୍କ ନିକଟରେ ପଣ୍ଡିତ ପଦ୍ମନାଭ ପଣ୍ଡା, ଶ୍ରୀଧର ପାଢ଼ୀ, ଅକ୍ଷୟ ପଣ୍ଡା, ବୀରବର ପାଢ଼ୀଙ୍କ ଦ୍ୱାରା ସମସ୍ତ ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଇଥିଲା । ଅପରାହ୍ନ ୪ଟାବେଳେ ତିନି ଠାକୁରଙ୍କୁ ସୁନାବେଶ କରାଯାଇଥିଲା । ସ୍ୱଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ମାନେ କୋଭିଡ କଟକଣା ମଧ୍ୟରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ରଙ୍ଗାଧର ପୁହାଣ, ସୁଧାଶୁଂ ରାଉତ, ରତିକାନ୍ତ ରାଉତ, ଚିନ୍ତାମଣି ରାଉତ, ମୁକେଶ ରାଉତ, ଶଶାଙ୍କ ଶେଖର ପୁହାଣ, ହେମନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଏଥିରେ ସମସ୍ତ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.