Home ଜିଲ୍ଲା ପରିକ୍ରମା ସରସଦା ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସଦା ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

18

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ଉଚ୍ଚ ବିଦ୍ୟାଳୟର ମ୍ୟାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ପ୍ରଧାନଶିକ୍ଷକ ଗଦାଧର ଜେନାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପ୍ରଥମ ସ୍ଥାନ ହାସଲ କରିଥିବା ଏ ୧ ଗ୍ରେଡଧାରୀ ଛାତ୍ରୀ ସୁଶ୍ରୀ ଶୈବାଳିନୀ ଶେଣ୍ଢ, ୨ୟ ସ୍ଥାନ ହାସଲ କରିଥିବା ଛାତ୍ର ଭବାନୀ ଶଙ୍କର ଯେନା ଓ ୩ୟ ସ୍ଥାନ ହାସଲ କରିଥିବା ଛାତ୍ର ଶୁଭେନ୍ଦୁ ଶେଖର ତ୍ରିପାଠୀଙ୍କୁ ‘ଡା ଅଧିର କୁମାର ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯିବା ସହ ନଗଦ ଅର୍ଥ ଯଥାକ୍ରମେ ୩ ହଜାର, ୨ ହଜାର ଓ ଏକ ହଜାର ଟଙ୍କା ପ୍ରେତ୍ସାହନ ପ୍ରଦାନ କରାଯାଇଛି । ପୂର୍ବତନ ଶିକ୍ଷକ ନଟବର ରାଉଳଙ୍କ ଉପସ୍ଥିତିରେ ଡାକ୍ତର ଅଧର ନାୟକଙ୍କ ପୁତ୍ର ଇଂ ବିଶ୍ୱପଦ ନାୟକ, ଭାଇ ତୁଷାରକାନ୍ତ ନାୟକ ଓ ଜାମାତା ସୁପ୍ରିୟ ମହାପାତ୍ର ଏହି ସମ୍ମାନ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.