Home ଜିଲ୍ଲା ପରିକ୍ରମା ସରସଦା ପ୍ରାଥମିକ ବିଦ୍ୟାଳୟ ପାଳିବ ଶତବାର୍ଷିକ ଉତ୍ସବ

ସରସଦା ପ୍ରାଥମିକ ବିଦ୍ୟାଳୟ ପାଳିବ ଶତବାର୍ଷିକ ଉତ୍ସବ

23

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ଅସନ୍ତା ଗୁରୁବାର ଠାରୁ ୩ ଦିନ ଧରି ସ୍ଥାୟୀ ସଭାପତି ସୁଧାକର ନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ସୋମବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଶିକ୍ଷାବିତ ନଟବର ରାଉଳ, ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ସାହୁ, ଶିକ୍ଷକ ଜୟପ୍ରକାଶ ସ୍ୱାଇଁ, ଅତିଥି ପିତାମ୍ବର ନାୟକ, ନିର୍ମଳ କର, ଗିରିଶ ସାମଲ, ଅଧ୍ୟାପକ ଭରତ ଚନ୍ଦ୍ର କରଣ, ସରପଞ୍ଚ ରମେଶ ଚନ୍ଦ୍ର ଯେନା, ସମିତି ସଭ୍ୟା ପ୍ରତିନିଧି ଅକ୍ଷୟ ଯେନା, ଦେବେନ୍ଦ୍ର ଶେଣ୍ଢ, ନୃସିଂହ ସ୍ୱାଇଁ, ବିଶ୍ୱଜିତ ନାୟକ ଯୋଗଦେଇ ଉତ୍ସବର ବିସ୍ତୃତ ରୂପରେଖ ସମ୍ବର୍କରେ ସୂଚନା ଦେଇଥିଲେ । ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମୁଖପତ୍ର ଉନ୍ମୋଚିତ ହେବ । ଏହି ଉତ୍ସବରେ ବରିଷ୍ଠ ମନ୍ତ୍ରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.