Home ଜିଲ୍ଲା ପରିକ୍ରମା ହୃଦଘାତରେ କବି ପତ୍ନୀଙ୍କ ବିୟୋଗ

ହୃଦଘାତରେ କବି ପତ୍ନୀଙ୍କ ବିୟୋଗ

14

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଅଧୀନ ଅଚକ ଗ୍ରାମର କବିଶ୍ରୀ ଗୋଲକ ପ୍ରସାଦ ବୈୟାରୀଙ୍କ ଧର୍ମପତ୍ନୀ ସବିତରାଣୀ ବୈୟାରୀ (୬୯)ଙ୍କର ଶୁକ୍ରବାର ରାତିରେ ହୃଦଘାତ ଜନିତ ରୋଗରେ ପରଲୋକ ହୋଇଯାଇଛି । ସ୍ୱର୍ଗତା ସବିତାରାଣୀ ଶୁକ୍ରବାର ରାତିରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସ୍ୱର୍ଗତା ସବିତାରାଣୀ ଜଣେ ଧର୍ମପରାୟଣା, ସମାଜସେବୀକା ଓ ଶାନ୍ତ, ସରଳ ଓ ସୁଗୃହିଣୀ ଭାବେ ପରିଚିତ ଥିଲେ । ତାଙ୍କ ମୃତୁଶଯ୍ୟା ନିକଟରେ ସ୍ୱାମୀ ଓ ପୁଅ, ବୋହୂ, ନାତି, ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ପାଇ ଅଚକ ପଞ୍ଚାୟତ ସମିତିସଭ୍ୟା ପ୍ରତିନିଧି ସୂର୍ଯ୍ୟନାରାୟଣ ଭୋଇ, ସମାଜସେବୀ ପ୍ରହଲ୍ଲାଦ ମାହୁନ୍ତଙ୍କ ସମେତ ବହୁ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କ ବିୟୋଗରେ କବି ହୃଦାନନ୍ଦ ପାଣିଗ୍ରାହୀ, ଡ. ବିଶ୍ୱରଂଜନ ଦାସ, ନିର୍ମଳ ଦଳେଇ, କୈଳାସ ବେହେରା, ନିରଂଜନ ବାରିକ, ବିସ୍ମୟ ବିହାରୀ ସାହୁ, ଦେବେନ୍ଦ୍ର ମହାଳିକ, ବିଭୂତି ଭୂଷଣ ସେନାପତି, ଆଶୁତୋଷ କରଣ, ପୁଷ୍ପାଞ୍ଜଳି ତ୍ରିପାଠୀ, ମଥୁରା ମୋହନ ବେହେରା, ମନୋଜ ପାଣିଗ୍ରାହୀ, ପୀତାମ୍ବର ସେଠୀ, ଭାସ୍କର ସେଠୀ, ରବିକୁମାର ମହାନ୍ତି, ସୁବାସ ମହାନ୍ତି, ବିପ୍ଳବ ପତି, ରୁବିଲତା ଦାସ, ବିଶ୍ୱମୈତ୍ରୀ ନାୟକ ପ୍ରମୁଖ କବି ଓ ସାହିତ୍ୟିକମାନେ ଶୋକ ପ୍ରକାଶ କରିଛନ୍ତି । ଶେଷରେ ତାଙ୍କ ବଡ଼ପୁଅ ପ୍ରଭାତ କୁମାର ବୈୟାରୀ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.