Home ଜିଲ୍ଲା ପରିକ୍ରମା ସରଞ୍ଚଙ୍କ ଅନାସ୍ଥା ପାଇଁ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଦସ୍ତଖତ ଯାଞ୍ଚ କଲା ବ୍ଳକ ପ୍ରଶାସନ

ସରଞ୍ଚଙ୍କ ଅନାସ୍ଥା ପାଇଁ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଦସ୍ତଖତ ଯାଞ୍ଚ କଲା ବ୍ଳକ ପ୍ରଶାସନ

131

ଭୁବନେଶ୍ୱର/ଯାଜପୁର୨୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ପଞ୍ଚାୟତସମିତି ତଣ୍ଡରା ଗ୍ରାମ ପଞ୍ଚାୟତର ସରପଞ୍ଚ ଗୋପାଳ ସେଠୀଙ୍କ ବିରୁଧ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୱାର୍ଡ ସଭ୍ୟ/ସଭ୍ୟା । ମୋଟ ୧୩ଟି ୱାର୍ଡରୁ ୯ଜଣ ୱାର୍ଡ ସଭ୍ୟ/ସଭ୍ୟା ସରପଂଚଙ୍କ ବିରୁଦ୍ଧରେ ପଂଚାୟତରେ ହେଉଥିବା ଦୁର୍ନିତୀ, ଅନିୟମିତତା ଓ ଅଣଦେଖା ପ୍ରତିବାଦରେ ଅନାସ୍ଥା ପ୍ରସ୍ତାବ ଆଗତ କରି ବହୁ ଦିନ ପୂର୍ବେ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସେମାନଙ୍କ ଦସ୍ତଖତ ଯାଂଚ ପାଇଁ ଅକ୍ଟୋବର ୧ ତାରିଖ ଦିିନ ସ୍ତିର ହୋଇଥିଲେ ହେଁ ସେଦିନ ବିଡିଓଙ୍କ ଅନୁପସ୍ଥିତି ଯୋଗୁ ଦସ୍ତଖତ ଯାଂଚ ହୋଇପାରିନଥିଲା । ଫଳରେ ୱାର୍ଡ ସଭ୍ୟସଭ୍ୟାମାନେ ବ୍ଲକ କାର୍ଯ୍ୟାଳୟରୁ ନିରାଶ ହୋଇ ଫେରି ପୁନଃର୍ବାର ଜିଲ୍ଲାପଳ ଓ ଉପଜିଲ୍ଲାପାଳଙ୍କୁ ଭେଟିଥିଲେ । ଫଳରେ ପୁନଃ ଦସ୍ତଖତ ଯାଂଚ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା । ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୩୦୬/୧୪-୧୦-୧୯ ଅନୁଯାୟୀ ଆଜି ପଂଚାୟତ ସମିତି ସଭା ଗୃହରେ ବିଡିଓ ତରଣୀସେନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ୯ଜଣ ୱାଡ ସଭ୍ୟ/ସଭ୍ୟାଙ୍କ ଦସ୍ତଖତ ଯାଂଚ କରି ଉପଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଥିଲା । ୱାର୍ଡ ସଭ୍ୟା ଗୀତାଂଜଳୀ ଘଡାଇ, ନାଣ୍ଡି ଦେଇ ମଳିକ, ପ୍ରଭାତୀ ସ୍ୱାଇଁ, ମାଣିକ ତରେଇ, ଲିତାରାଣୀ ସ୍ୱାଇଁ ୱାର୍ଡସଭ୍ୟ ନିରଂଜନ ପହି, ଅଜିତ କୁମାର ସାମଲ, ପୁରସ୍ତମ ବେହେରା, ରଂଜନ ପରିଡା ପ୍ରମୁଖ ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ ଓ ସେମାନଙ୍କ ଦସ୍ତଖତ ଯାଂଚ କରାଯାଇଥିଲା । ସହକାରୀ ଯନ୍ତ୍ରୀ ମନୋଜ ସେନାପତି, ଜିପିଓ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଓ କୁମ୍ଭକର୍ଣ୍ଣ ଦଣ୍ଡପାଟ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ନାୟକ ଉପସ୍ଥିତ ରହି ଦସ୍ତଖତ ଯାଂଚ କରାଇଥିଲେ । ଫଳରେ ତଣ୍ଡରା ପଂଚାୟତର ସରପଂଚ ଓ ୱାର୍ଡ ସଭ୍ୟ/ସଭ୍ୟା ବିବାଦର ପୂର୍ଣ୍ଣଛେଦ ପଡିବାର ଆଶଙ୍କା ସୃଷ୍ଟିହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.