Home ଓଡ଼ିଶା କୁକୁର କାମୁଡ଼ାରେ ରାଜମିସ୍ତ୍ରୀ ମୃତ

କୁକୁର କାମୁଡ଼ାରେ ରାଜମିସ୍ତ୍ରୀ ମୃତ

188

ନୂଆଦିଲ୍ଲୀ,୨୨/୧୦,(ଓଡ଼ିଆ ପୁଅ ପି ନାଏକ): ଉତ୍ତର ପ୍ରଦେଶର ଏଟା ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ତେଜ୍ ସିଂ ନାମକ ଜଣେ ରାଜମିସ୍ତ୍ରୀକୁ ବୁଲା କୁକୁରମାନେ ଝୁଣି ଝୁଣି ମାରିଦେଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେଜ୍ ନିଜ କାମ ସାରି ଘରକୁ ଫେରୁଥିବା ସମୟରେ କୁକୁରମାନେ ତାଙ୍କୁ ଆକ୍ରମଣ କରିଥିଲେ । କୁକୁରମାନଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ , ଶେଷରେ ସେ ପ୍ରାଣତ୍ୟାଗ କରିଥିଲେ । ପରେ ଗ୍ରାମବାସୀ ସକାଳେ ଏହା ଦେଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.