Home ଓଡ଼ିଶା ସରକାରୀ ନଜରରୁ ବଞ୍ଚିତ ପୁରାତନ ଉଚ୍ଚବିଦ୍ୟାଳୟ

ସରକାରୀ ନଜରରୁ ବଞ୍ଚିତ ପୁରାତନ ଉଚ୍ଚବିଦ୍ୟାଳୟ

414

ଯାଜପୁର୧୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇବ୍ଲକ୍ ବୈତରଣୀ ରୋଡରେ ୧୯୬୦ ମସିହାରୁ ଆରମ୍ଭ ହୋଇଥିବା ବୈିତରଣୀ ଉଚ୍ଚ ବିଦ୍ୟାପିଠଟି ଅବ୍ୟବସ୍ଥା ମଧ୍ୟରେ ପିଲାମାନେ ଶିକ୍ଷାଗ୍ରହଣ କରୁଥିବା ପିଲାମାନଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ୫ଟି ମାଧ୍ୟମରେ ଶିକ୍ଷାନୁଷ୍ଟାନ ଗୁଡିକର ଭିର୍ତ୍ତିପ୍ରସ୍ଥରକୁ ମଜଭୁତ କରୁଥିବା ହେଳେ ଏହିପୁରାତନ ହାଇସ୍କୁଲଟି ରାସ୍ତାକଡରେ ବିନା ଗେଟ୍‌ରେ ମୁକୁଳା ହୋଇ ଯାଲୁଥିବା ଦେଖାଯାଇଛି । ଯାହାକି ପିଲାମାନଙ୍କ ସୁରକ୍ଷା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କ୍ରୁରୁଛି । ସରକାର ଶିକ୍ଷାଦାନ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ । ବିଦ୍ୟାଳୟରେ ଅଧ୍ୟନରତ ଛାତ୍ର-ଛାତ୍ରୀ ମାନେ କର୍କଟ ଚାଦର ଛାଇରେ ପାଠପଢୁଥିବା ଦେଖିବାକୁ ମିଳିଛି । ସରକାର ପ୍ରତି ବିଦ୍ୟାଳୟରେ ପିଲାମାନେ ଠିକ୍ ପାଠପଢିବାକୁ ପରାମର୍ଶ ଦେଉଥିବା ବେଳେ୨୦୦୬ ମସିହାରୁ ବିନା ପ୍ରଧାନ ଶିକ୍ଷକରେ ବିଦ୍ୟାଳୟ ଚାଲିଥିବା ଦେଖିବାକୁ ମିଳିଛି । ସରକାର ୧୯୧୮ ମସିହାରୁ ଉକ୍ତ ବିଦ୍ୟାଳୟକୁ ନୋଡାଲ ସ୍କୁଲର ମାନ୍ୟତା ଦେଇ ଥିଲେହେଁ ଉର୍ଣ୍ଣତ ମାନର ଶିକ୍ଷା ପ୍ରଦାନରେ ଆନ୍ତରିକତା ନଥିବା ଦେଖିବାକୁ ମିଳିଛି । ଆଜି ସରା ରାଜ୍ୟରେ ଛତୁ ଫୁଟିଲା ପରି ବେସରକାରୀ ବିଦ୍ୟାଳୟ ସୃଷ୍ଟି ହୋଇ ଛାତ୍ର-ଛାତ୍ରୀ ଓ ଅଭିଭାବକ ମାନଙ୍କୁ ବିଦ୍ୟାଳୟ ଗୁଡିକ ପ୍ରତି ଆକୃଷ୍ଟ କରିପାରୁ ଥିବା ବେଳେ ସରକାରୀ ବିଦ୍ୟାଳୟ ଗୁଡିକ ସରକାରଙ୍କ ନଜରରୁ ବଞ୍ଚିତ ହେବା ପିଲାମାନଙ୍କର ଭବିଷ୍ୟତ ପତ ପ୍ରଶ୍ନବାଚି ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.