Home ଜିଲ୍ଲା ପରିକ୍ରମା ଜିଲ୍ଲା ଆପାତ କାଳୀନ ବୈଠକ

ଜିଲ୍ଲା ଆପାତ କାଳୀନ ବୈଠକ

194

ଯାଜପୁର୧୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ  ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଆପାତ କାଳୀନ ବୈଠକର ଆୟୋଜନ ହୋଇଥିଲା । ଜିଲ୍ଲାରେ ଥିବା ପ୍ରମୁଖ ଦୁର୍ଘଟଣା ପ୍ରବଣ ଘାତକ କାରଖାନା ଗୁଡିକରୁ ନିଆଁ, କାରଖାନରେ ବିଷ୍ପୋରଣ କିମ୍ୱା ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁ ଦୁର୍ଘଟଣା ଘଟିବାର ସମ୍ଭାବନା ଦେଖାଦେଇଥାଏ ।  କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା କାରଖାନା ଗୁଡିକ ନିଜ ନିଜର ଧାର‌୍ୟ୍ୟ ପରିଚାଳନା ପ୍ରକ୍ରିୟା ବା ଏସ୍‌ ଓ.ପି. କୁ ନବିକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।  ଏହା ସହିତ ଅନ୍‌ସାଇଟ୍ ଜରୁରୀ ପ୍ଳ୍‌ûନକୁ ନବିକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।  ଏହି ବିପଦ ଘଟିଲେ କାରଖାନାର ଭିତର ଓ ଚତୁପାଶ୍ୱର୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଥାଏ ।  ଏଥି ନିମନ୍ତେ ଜନ ସଚେତନତା ପାଇଁ ଜିଲ୍ଲା ସଂକଟ ସମାଧାନ ଗ୍ରୁପ ଓ ସ୍ଥାନୀୟ ସଂକଟ ସମାଧାନ ଗ୍ରୁପଙ୍କୁ ନେଇ ନିୟମିତ କାର‌୍ୟ୍ୟକ୍ରମ କରିବା ପାଇଁ   କୁହାଯାଇଚ୍ଥି ।  ଏହି ବୈଠକରେ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଚନ୍ଦ୍ର ଶେଖର ବେହେରା ସୂଚନା ଦେଇ କହିଥିଲେ ଯେ, ଜିଲ୍ଲାରେ ୩ ଗୋଟି ଦୁର୍ଘଟଣା ପ୍ରବଣ କାରଖାନା  ରହିଅଚ୍ଥି ।  ଏହାଚ୍ଥଡା ଆଉ ୧୭ ଗୋଟି କାରଖାନା ମଧ୍ୟ ସଂକଟମୟ ରାସାୟନିକ ଉତ୍ପାଦନ ପ୍ରକ୍ରିୟା ରହିଅଚ୍ଥି ।  ତେଣୁ କାରଖାନାର କର୍ତ୍ତୃପକ୍ଷମାନେ ଏ ବାବଦରେ କି ପ୍ରକାରର ପଦକ୍ଷେପ ଗ୍ରହଣ କରିଚ୍ଥନ୍ତି ଜଣାଇବା ପରିପ୍ରେକ୍ଷୀରେ ଜିନ୍ଦଲ ଷ୍ଟେନ୍‌ଲେସ୍ ଷ୍ଟିଲର ଜେନେରାଲ ମ୍ୟାନେଜର ଏମ୍‌.ଏଲ୍‌.  ପଣ୍ଡା, ନୀଳାଚଳ ଇଷ୍ପାତ ନିଗମ ଲିଃ. ଋ ମୁଖ୍ୟ ନିରାପତ୍ତା ଅଧିକାରୀ ସ୍ୱାଧୀନ ପଣ୍ଡା ଏବଂ ଟାଟା ଷ୍ଟିଲର ନିରାପତ୍ତା ଅଧିକାରୀ  ଜି. ବିଷୋୟୀ ନିଜ ନିଜ କାରଖାନାର ଯନ୍ତ୍ରପାତିର ସ୍ଥିତି ଏବଂ ନୂତନ ଉତ୍ପାଦନ ପ୍ରକ୍ରିୟା ପରିପ୍ରେକ୍ଷୀରେ ନିଜ ନିଜ ନିର୍ଦ୍ଧାରିତ କାର‌୍ୟ୍ୟ ପଦ୍ଧତିର ବିସ୍ତୃତ ବିବରଣୀ ମାଧ୍ୟମରେ ଅବଗତ କରାଇଥିଲେ । ଏହି ବୈଠକରେ ଡି.ସି.ଜି. ଗ୍ରୁପର ସମସ୍ତ ସଭ୍ୟ, ଜିଲ୍ଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ, ଏ.ଡି.ଏମ୍‌.ଓ. କାହ୍ନୁ ଚରଣ ନାୟକ, ପୈାର ପରିଷଦର ନିର୍ବାହୀ ଅଧିକାରୀ ଅଜୟ  କୁମାର ମହାନ୍ତି, ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ଲାଲ ମୋହନ ସେଠୀ, ଆଗ୍ନିକ ଅନୂପ କୁମାର ଦାସ, ଦାଶରଥୀ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ନିଜ ନିଜର ମତାମତ ପ୍ରଦାନ   କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.