Home ଓଡ଼ିଶା ସମ୍ବଲପୁର ରେଳମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଅବସରରେ ‘ସ୍ୱଚ୍ଛ ସମ୍ବାଦ’ର ଆୟୋଜନ

ସମ୍ବଲପୁର ରେଳମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଅବସରରେ ‘ସ୍ୱଚ୍ଛ ସମ୍ବାଦ’ର ଆୟୋଜନ

68

ସମ୍ବଲପୁର, ୧୯/୯ – (ଓଡ଼ିଆ ପୁଅ) ସମ୍ବଲପୁର ରେଳମଣ୍ଡଳର ସ୍ୱଚ୍ଛତା ହିଁ ସେବା ସ୍ୱଚ୍ଛତା ପକ୍ଷ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ମଧ୍ୟରେ ପାଳନ କରାଯାଉଛି। ଏହି ଅବସରରେ ୧୭ ସେପ୍ଟେମ୍ବରରେ ‘ସ୍ୱଚ୍ଛ ସମ୍ବାଦ’ ବିଭିନ୍ନ ଷ୍ଟେସନରେ ଆୟୋଜିତ ହୋଇଛି। ମଣ୍ଡଳ ରେଳ ପ୍ରବନ୍ଧକ, ଡକ୍ଟର ଜୟଦୀପ ଗୁପ୍ତା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ଅନ୍ୟାନ୍ୟ ଅଧିକାରୀ, ମହିଳା କଲ୍ୟାଣ ସଂଗଠନର ସମସ୍ତ ସଦସ୍ୟା, ରେଳ କର୍ମଚାରୀ, ସ୍କାଉଟ ଓ ଗାଇଡ଼, ଏନଜିଓ ଆଦି ସ୍ୱଚ୍ଛ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏହି ଅବସରରେ ପ୍ରଭାତ ଫେରୀ ରେଳବାଇ ଷ୍ଟାଡ଼ିୟମରୁ ରେଳନଗର ଗେଟ ପର୍ଯ୍ୟନ୍ତ ଯାଇ ରେଳବାଇ ଷ୍ଟାଡ଼ିୟମରେ ବୃକ୍ଷରୋପଣ ଓ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଡିଆରଏମ, ଡ. ଗୁପ୍ତାଙ୍କ ନେତୃତ୍ୱରେ ସମ୍ବଲପୁର ରେଳ ଷ୍ଟେସନ ଠାରେ ସ୍ୱଚ୍ଛତା ପାଇଁ ଶପଥ ପାଠ କରାଯାଇଥିଲା। ସ୍ୱଚ୍ଛତା ଓ ସ୍ୱଚ୍ଛ ଷ୍ଟେସନ ଉପରେ ଏକ ସେମିନାରର ଆୟୋଜନ କରାଯାଇଥିଲା। ଏହି ସେମିନାରରେ ଠିକା ସଫାଇ କର୍ମଚାରୀ ଓ ଟ୍ରେନ ସଫାଇ କର୍ମଚାରୀ ଉପରେ ଥିଲା। ଏହି ସେମିନାରରୁ ବିଶେଷ ଗୁରୁତ୍ୱ ଥିଲା ସଫାଇ କର୍ମଚାରୀମାନେ ରେଳ ଷ୍ଟେସନ ଓ ଏହାର ଆଖପାଖ ଅଞ୍ଚଳକୁ ସଫାସୁତୁରା ରଖିବା। ସ୍କାଉଟସ୍ ଓ ଗାଇଡ଼ସଭ୍ କ ଦ୍ୱାରା ସ୍ୱଚ୍ଛତା ଉପରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଏହି ଅବସରରେ ସ୍କୁଲ ପିଲାମାନଙ୍କୁ ନେଇ ଚିତ୍ରଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ କଣ୍ଟାବାଞ୍ଜି, ମହାସମୁନ୍ଦ, ଟିଟିଲାଗଡ଼, କେସିଙ୍ଗା, ବଲାଙ୍ଗିର ଓ ରେଢ଼ାଖୋଲ ଆଦି ଷ୍ଟେସନରେ ବିଶେଷ ସଫାସୁତୁରା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.