Home ଓଡ଼ିଶା ଆସନ୍ତା ୨୧ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ...

ଆସନ୍ତା ୨୧ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

371

ଭୁବନେଶ୍ୱର, ୧୯/୦୯ (ଓଡ଼ିଆ ପୁଅ) : ଆସନ୍ତା ୨୧ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଶ୍ରୀ ଶେଖାୱତ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନଠାରେ ସକାଳ ୧୦.୩୦ରେ ଏକ ସମ୍ମିଳନୀରେ ଅନୁଛେଦ ୩୭୦ ଓ ୩୫ (ଏ) ସଂର୍ପକରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଜନ ସଂର୍ପକ ଓ ଜନଜାଗରଣ ଯାତ୍ରା ଅବସରରେ ଜାମ୍ମୁ କାଶ୍ମିରୀରେ ଅନୁଛେଦ ୩୭୦ ଓ ୩୫ (ଏ) ଉଠିବା ପରେ ତାର ଉବଲବ୍ଧୀ ସଂର୍ପକରେ ଶ୍ରୀ ଶେଖାୱତ ଯୁବପିଢୀ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ। ଏହି ଧାରା ହଟିବା ପରେ ଜାମ୍ମୁୁ କାଶ୍ମିରୀ ବାସିନ୍ଦାଙ୍କ ଜୀବନଶୈଳୀରେ କିପରି ପରିବର୍ତ୍ତନ ହୋଇଛି ସେ ନେଇ ଜନସାଧାରଣମାନଙ୍କୁ ଅବଗତ କରାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.