Home Coronavirus Outbreak ସମ୍ବଲପୁରରେ ହୁ ହୁ ହୋଇ ବଢୁଛି ସଂକ୍ରମଣ, ମହାନଗର ନିଗମ ରେ ସ୍ଥିତି ଅଣାୟତ, ସମୁଦାୟ...

ସମ୍ବଲପୁରରେ ହୁ ହୁ ହୋଇ ବଢୁଛି ସଂକ୍ରମଣ, ମହାନଗର ନିଗମ ରେ ସ୍ଥିତି ଅଣାୟତ, ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୦୦୧ କୁ ବୃଦ୍ଧି, ସାମାଜିକ ଗଣମାଧ୍ୟମରେ “ଟ୍ରୱଲ´´, ଗଞ୍ଜାମ ସ୍ଥିତି ଉତ୍ପର୍ଣ୍ଣ ହେବା ଆଶଙ୍କା

110

ସମ୍ବଲପୁର, ୧୦/୮(ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉ ଥିବା ବେଳେ ଶନିବାର ଦିନକରେ ସର୍ବାଧିକ ରେକର୍ଡ ସଂଖ୍ୟକ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି କିନ୍ତୁ ସାମାନ୍ୟ ଆଶ୍ୱସ୍ଥି ପୂର୍ବକ ୧୪ ଜଣ କରୋନା ଆକ୍ରାନ୍ତ ଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଆଜି ର ପୋଜିଟିଭ ଙ୍କ ସଂଖ୍ୟା ମିଶାଇଲେ ଜିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦୧ ରେ ପହଂଚିଛି।

ଜିଲ୍ଲା ର ମହାନଗର ନିଗମ ଅଂଚଳରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଏଯାବତ ଜିଲ୍ଲା ରେ ଚିହ୍ନଟ ୧୦୦୧ ଜଣ ଆକ୍ରାନ୍ତ ମଧ୍ୟରେ କେବଳ ମହାନଗର ନିଗମ ରୁ ୮୧୫ ଜଣ ଚିହ୍ନଟ ହେଲେଣି। ସେଥି ମଧ୍ୟରରୁ ମହାନଗର ନିଗମ ର ଷ୍ଟେସନପଡା ରୁ ୧୯୫ ଜଣ ଚିହ୍ନଟ ହେଲେଣି। ତେବେ ସବୁଠାରୁ ମହାନଗର ନିଗମ ର ସ୍ଥିତି ଅଣାୟତ ଥିବା ବେଳେ ଜିଲ୍ଲା ପ୍ରଶାସନ ର କୋଭିଡ – ୧୯ ପରିଚାଳନା ରେ ଅପାରଗତା କୁ ସାମାଜିକ ଗଣମାଧ୍ୟମ ରେ “ଟ୍ରୱଲ´´ଆରମ୍ଭ ହୋଇଛି। ଲୋକେ ପ୍ରଶାସନ ର ଅବହେଲା ନାନା ଦି କଟାକ୍ଷ କରିବା ଆରମ୍ଭ କଲେଣି ଲ ଯଦିଓ ଜିଲ୍ଲା ପ୍ରଶାସନ ସହର ର ଏହି ଅସମ୍ଭାଳ ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ୫ ଜଣ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସହ ୮ ଜଣ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିଯୁକ୍ତି କରିଛି ତଥାପି ଦିନକୁ ଦିନ ନାନା ପ୍ରକାର ସମସ୍ୟା ମୁଣ୍ଡ ଟେକିଲାଣି। କେଉଁଠି, କୋଭିଡ ପ୍ରଯତ୍ନ କେନ୍ଦ୍ର ର ଭିଡ଼ିଓ ଭାଇରାଲ ହେଲାଣି ତ କେଉଁଠି ଲୋକେ ମାଜିଷ୍ଟ୍ରେଟ ଙ୍କୁ ଘେରିଲେଣି। ମହାନଗର ନିଗମ ର ବିଭିନ୍ନ ପଡା ରେ ଲୋକେ ନମୁନା ସଂଗ୍ରହ କୁ ବିରୋଧ କରିବା, ମୋବାଇଲ ଭେନ ଫେରାଇ ଦେବା ସ୍ଥିତି ଉପୁଜିଲାଣି। କେତେକ ସ୍ଥାନରେ ଲୋକେ କୋଭିଡ଼ ଡାକ୍ତରଖାନା କୁ ଯିବାକୁ ନାରାଜ ଥିବା ବେଳେ କଣ୍ଟନମେଣ୍ଟ ଜୋନ ରେ ବିଲକୁଲ ରହିବୁନି କହି ରାଜ୍ୟ ରାଜପଥ ଅବରୋଧ କଲେଣି। ସବୁଠାରୁ ସହର ର କରୋନା ହଟସ୍ପଟ ଷ୍ଟେସନପଡା, ବଡ଼ବଜ଼ାର ର ଘୁନଘୁଟି ପଡା, କୁଷ୍ଠାପଡା, କୁମ୍ଭାରପଡା, ବୁର୍ଲା ର ବିଷ୍ଣୁ ମନ୍ଦିର ପଡା ରେ ସ୍ଥିତି ଗମ୍ଭୀର ହେଲାଣି।

ଆଜି ରବିବାର ପୋଜିଟିଭ ଚିହ୍ନଟ ୧୪ ଜଣ ଯାକ ମହାନଗର ନିଗମ ଅଂଚଳର ରହିଛନ୍ତି। ଏମାନଙ୍କ ମଧ୍ୟରେ ପୁଣି ଷ୍ଟେସନପଡା ଏବଂ ଗୋପାଳଜୀ ମଠ ପାଖ ରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବରେଇପାଲି ଏବଂ କୁମ୍ଭାରପଡା ରୁ ୧ ଜଣ ଲେଖାଏଁ ରହିଛନ୍ତି। ଆଜିର ଚିହ୍ନଟ ମଧ୍ୟରେ ୫ ଜଣ ପୁରୁଷ ଏବଂ ୯ ଜଣ ମହିଳା ରହିଛନ୍ତି। ମହାନଗର ନିଗମ ଘନ ଜନବସତି ଅଂଚଳ ରୁ ଆକ୍ରାନ୍ତ ଙ୍କ ସଂଖ୍ୟା ଲଗାତାର ବାହାରିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି।

ତେବେ, କରୋନା ସଂକ୍ରମଣ ଦିଗରେ ନିର୍ଦ୍ଧିଷ୍ଟ ବ୍ୟବସ୍ଥିତ ଯୋଜନା ପୂର୍ବକ ରାଜ୍ୟ ସରକାର ଏ ଦିଗରେ ଯଦି ସଜାଗ ନ ହେଲେ ସମ୍ବଲପୁର ସହରରେ ରାଜ୍ୟ ର ଗଞ୍ଜାମ ପରି ସ୍ଥିତି ଉତ୍ପର୍ଣ୍ଣ ହେବାର ଆଶଙ୍କା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.