Home ଓଡ଼ିଶା ସମୁଦାୟ ବାଘ ସଂଖ୍ୟା କେତେ, ଆଜି ହେବ ଘୋଷଣା

ସମୁଦାୟ ବାଘ ସଂଖ୍ୟା କେତେ, ଆଜି ହେବ ଘୋଷଣା

118

ନାଗପୁର,୨୯/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଦେଶରେ ସମୁଦାୟ କେତେ ବାଘ ଅଛନ୍ତି ତାହା ଆଜି ଘୋଷଣା ହେବ। ବିଶ୍ବ ବ୍ୟାଘ୍ର ଦିବସ ଅବସରରେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବ ଭାରତୀୟ ବାଘ ଗଣନା ରିପୋର୍ଟ-୨୦୧୮କୁ ଉନ୍ମୋଚନ କରିବେ।

ତେବେ ୨୦୦୬ରେ ପ୍ରୋଜେକ୍ଟ ଟାଇଗରର ପୁନର୍ଗଠନ ପରେ ଏହା ହେଉଛି ଚତୁର୍ଥ ରିପୋର୍ଟ। ପ୍ରତି ୪ ବର୍ଷରେ ଥରେ ଦେଶରେ ବ୍ୟାଘ୍ର      ସଂଖ୍ୟା ଗଣନା ହୋଇଆସୁଥିବା ବେଳେ ୨୦୧୪ରେ ହୋଇଥିବା ଗଣନାରେ ଦେଶରେ ବାଘଙ୍କ ସଂଖ୍ୟା ୨୨୨୬ ଥିବା ଦର୍ଶାଯାଇଥିଲା।

ଏହା ପୂର୍ବରୁ ଦେଶରେ ବାଘଙ୍କ ସଂଖ୍ୟା ୨୦୦୬ରେ ୧୪୧୧ ଏବଂ ୨୦୧୦ରେ ୧୭୨୬ ରହିଥିବା ଜଣାପଡିଥିଲା । ତେବେ ଗତ ୪ ବର୍ଷ ମଧ୍ୟରେ ଦେଶରେ ବାଘଙ୍କ ସଂଖ୍ୟା ୧୮ରୁ ୨୦% ବୃଦ୍ଧି ଘଟି ୨୬୦୦ ଟପିବା ନେଇ ଆଶା ରଖାଯାଇଛି।

ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ୬୦୦ ବାଘଙ୍କ ସହିତ ପ୍ରଥମ ସ୍ଥାନରେ ରହିବ ବୋଲି ଅନୁମାନ କରାଯାଉଛି। ଏହା ପଛକୁ ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ରହିପାରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.