ଭଦ୍ରକ, ୧୧ା୬ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ପଧାନୀ ପଂଚାୟତର ପୂର୍ବତନ ସମିତି ସଭ୍ୟ ତଥା କରଦା ସେବା ସମବାୟ ସମିତିର ଦୁଇଥର ସଭାପତି ଭାବେ ନିରବଚ୍ଛିନ୍ନ ସେବା ଯୋଗାଇଥିବା ସ୍ୱର୍ଗତ ଅନନ୍ତ ପ୍ରସାଦ ରାଉତଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧବାର୍ଷିକୀ ଗୁରୁବାର ଦିନ ଆଠଗରିଆ ସ୍ଥିତ ବାସଭବନରେ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ସ୍ଥାନୀୟ ଅଂଚଳରେ ଜଣେ ନିଃସ୍ୱାର୍ଥପର ସମାଜସେବୀ, ପରୋପକାରୀ ଓ ଜନନେତା ଭାବେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିଛି।ଏହି ଅବସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ନିରାକାର ଧଳ ସଭାପତିତ୍ୱ କରିଥିଲେ। ଅଧ୍ୟାପକ ବିଜୟ କୁମାର ଦାସ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସ୍ୱର୍ଗତ ରାଉତଙ୍କ ପୁତ୍ର ଅନ୍ନଦା ପ୍ରସନ୍ନ ରାଉତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ପ୍ରଦୀପ ନାୟକ ଓ ପ୍ରଶାନ୍ତ ରାଉତ ସୁଚାରୁ ରୂପେ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନୋଦ ନାୟକ ଓ ଅଶୋକ ନାୟକ ସ୍ୱର୍ଗତ ରାଉତଙ୍କ ସମାଜ ପ୍ରତି ଥିବା ସମର୍ପଣ ଭାବର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଦୟାନିଧି ମିଶ୍ର, ବରିଷ୍ଠ ନାଗରିକ ସମ୍ପାଦକ ଶଶିକାନ୍ତ ପଣ୍ଡା, ଶିକ୍ଷାବିତ୍ ନନ୍ଦକିଶୋର ଖଣ୍ଡୁଆଳ, ପ୍ରତାପ ସାମଲ, ଲକ୍ଷ୍ମୀଧର ମାଝୀ, ଲକ୍ଷ୍ମୀଧର ଜେନା, ଦଶରଥ ଦାସ, ଅକ୍ଷୟ ନାୟକ, ପର୍ଶୁରାମ ପଣ୍ଡା ଓ ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିଥିଲେ। ବକ୍ତାମାନେ ତାଙ୍କର ସରଳ ଜୀବନଶୈଳୀ ଓ ଜନହିତକର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ୱ ରେ ସ୍ୱର୍ଗତ ରାଉତ ଙ୍କ ପ୍ରତିମୂର୍ତି ରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅଂଚଳ ର ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।








