ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବିଭିନ୍ନ ଜିଲାର ଦୁର୍ଦ୍ଧାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପୁକୁ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ପୋଲିସ ଏନକାଉଂଟର କରିଛି। ଦୁର୍ଦ୍ଧାନ୍ତ ଅପରାଧୀ ପ୍ରଫୁଲ୍ଲର ଘର ହେଉଛି ବାଲେଶ୍ୱର ଜିଲା ସୋର ଅଂଚଳରେ। ପୋଲିସର ଏନକାଉଂଟରରେ ଗୁରୁତର ଭାବେ ଆହତ ହୋଇ ବ୍ୟାପକ ପୁଲିସ୍ ପ୍ରହରାରେ ପ୍ରଫୁଲ୍ଲ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବାବେଳେ ପରବର୍ତୀ ସମୟରେ କଟକ ରେଫର ହୋଇଛି। ସୂଚନା ଅନୁଯାୟୀ ଗତକାଲି ଦୁର୍ଦ୍ଧାନ୍ତ ଅପରାଧୀ ପ୍ରଫୁଲ୍ଲ ଓ ତାର ସହଯୋଗୀ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ କୋର୍କରା ପଂଚାୟତର ଲ’ କଲେଜ ନିକଟ ନୂଆ ସାହି ଜଙ୍ଗଲ ଅଂଚଳକୁ ଆସି କୌଣସି ସ୍ଥାନରେ ଲୁଟ କରିବା ପାଇଁ ପ୍ରସ୍ତୁତି ଚଳାଇଥିଲା। ଏହି ଖବର ବିଶେଷ ସୂତ୍ରରୁ ଖବର ପାଇବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଗ୍ରାମାଂଚଳ ଥାନାଧିକାରୀ ସୁବ୍ରତ ଦାସ, ଟାଉନ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଓ ପୁରୁଣା ବଜାର ଥାନାଧିକାରୀ ସୁଶାନ୍ତ ସାହୁ ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ସମୟରେ ଏକ କଳା ପଲସରରେ ପ୍ରଫୁଲ୍ଲ ଓ ତାର ସହଯୋଗୀ ପୋଲିସ କୁ ଦେଖି ଖସି ପଳାଉଥିବା ବେଳେ ପୋଲିସ ଉପରକୁ ପ୍ରଫୁଲ୍ଲ ଦୁଇ ରାଉଣ୍ଡ ଗୁଳି କରିଥିଲା। ପାଲଟା ଜବାବରେ ପୁଲିସ୍ ପ୍ରଫୁଲ୍ଲ ଉପରକୁ ଗୁଳି କରିଥିଲା। ଫଳରେ ତାହାର ଡାହାଣ ଗୋଡରେ ଗୁଳି ବାଜିବାରୁ ସେ ପୁଲିସ୍ କବ୍ଜାକୁ ଆସିଥିଲା। କିନ୍ତୁ ତାର ସହଯୋଗୀ ଜଣକ ଫେରାର ହୋଇଯାଇଥିଲା। ତେବେ ନୂଆ ସାହି ଜଙ୍ଗଲ ରେ ତାର ଦେଶୀ ବନ୍ଧୁକ ସହ ଦୁଇଟି ଖୋକା ପଡିଥିବାର ଦେଖାଯାଇଥିଲା। ଏହି ଗୁଳି ପ୍ରଫୁଲ୍ଲର ଡାହାଣ ଗୋଡ଼ରେ ବାଜିଥିଲା। ଖସି ପଳାଇଥିବା ତାର ସହଯୋଗୀ କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଛି। ତେବେ ଦୁର୍ଦ୍ଧାନ୍ତ ଅପରାଧୀ ପ୍ରଫୁଲ୍ଲ ନାମରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ଛିନତାଇ, ଲୁଟ, ହତ୍ୟା ଭଳି ୨୫ ଟି ରୁ ଉର୍ଦ୍ଧ ମାମଲା ରହିଥିବା ବିଷୟ ଆଜି ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଦୁର୍ଦ୍ଧାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ କୁ ଏନକାଉଂଟର କରାଯାଇଥିବା ନୂଆ ସାହି ଜଙ୍ଗଲ ଘଟଣା ସ୍ଥଳରେ ଏକ ୪ ଜଣିଆ ସାଇଂଟିଫିକ ଟିମ୍ ସଂଗୀତା ହାଁଂସଦାଙ୍କ ନେତୃତ୍ୱରେ ପହଂଚିତ ସେଠାରେ ପଡ଼ିଥିବା ଦେଶୀ ବନ୍ଧୁକ ଓ ଦୁଇ ରାଉଣ୍ଡ ଖୋକାକୁ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି। ଏହି ତଦନ୍ତ ବେଳେ ଦେଶୀ ବନ୍ଧୁକ ସହ ୯ ଏମଏମ ଗୁଳିର ଖୋକାକୁ ନେଇ ଅଧିକ ତଦନ୍ତ ସହ ଭିଡିଓ ଓ ଫଟୋଗ୍ରାଫି କରିଛି ସାଇଂଟିଫିକ ଟିମ।ଏହି ଗୁଳିର ଖୋକା ଠାରୁ ବନ୍ଧୁକ ପଡ଼ିଥିବା ସ୍ଥାନରେ ଦୂରତା ସହ ଅନ୍ୟ ପାରିପାର୍ଶ୍ୱିକ ଅବସ୍ଥାକୁ ନେଇ ଅଧିକ ତଦନ୍ତ ଚଳାଇଛି ସାଇଂଟିଫିକ ଟିମ। ଦୁର୍ଦ୍ଧାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ପୋଲିସ ଉପରକୁ ଫାୟାର କରିଥିବା ଦେଶୀ ୭.୬୫ ବନ୍ଧୁକ ରୁ ୨ ଟି ୭.୬୫ ଏମଏମ ଜୀବନ୍ତ ଗୁଳି କୁ ଉଦ୍ଧାର କରିଛି ସାଇଂଟିଫିକ ଟିମ। ଫାୟାର କରିଥିବା ୨ ରାଉଣ୍ଡ ଖୋକାକୁ ମଧ୍ୟ ଜବତ କରିଛି। ସେହିପରି ପୋଲିସ ଏନକାଉଂଟର କରିଥିବା ୯ଏମଏମ ଗୁଳିର ଖୋକାକୁ ମଧ୍ୟ ସାଇଂଟିଫିକ୍ ଟିମ୍ ଜବତ କରି ଅଧିକ ତଦନ୍ତ ଚଳାଇଛି । ଏଠାରେ ସୂଚନାଯୋଗ୍ୟ ଗତ ୬ ମାସ ତଳେ ତା ୧୬.୧୨.୨୫ ରିଖରେ ବାଲେଶ୍ୱର ଜିଲା ତୁଡିଗଡିଆ ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ ବୁଧିଆ ଓରଫ କମଳାକାନ୍ତ ଦାସକୁ ଭଦ୍ରକ ରେଳଷ୍ଟେସନ ନିକଟରେ ସହରାଂଚଳ ଥାନା ଅଧିକାରୀଙ୍କ ପକ୍ଷରୁ ଏନକାଉଂଟର କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ଭଦ୍ରକ ପୁଲିସ୍ର ଦ୍ୱିତୀୟ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଗୁରୁତର, ଦେଶୀ ବନ୍ଧୁକ, ଜୀବନ୍ତ...








