Home ଜିଲ୍ଲା ପରିକ୍ରମା ସଦ୍‌ଭାବନା ଦିବସ ପାଳନରେ ଶପଥପାଠ କାର୍ଯ୍ୟକ୍ରମ

ସଦ୍‌ଭାବନା ଦିବସ ପାଳନରେ ଶପଥପାଠ କାର୍ଯ୍ୟକ୍ରମ

19

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ସଦ୍‌ଭାବନା ଦିବସ – ୨୦୨୧ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଉଦ୍ଦିଷ୍ଟ ଶପଥ ପାଠ ପତ୍ରକୁ ପଠନ କରି ଉପସ୍ଥିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମଧୁ ସୂଦନ ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ପ୍ରଶାସନିକ ଅଧୀକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ଉଲ୍ଲେଖଯୋଗ୍ୟ କି ମହରମ୍ ପାଇଁ ଅଗଷ୍ଟ ୨୦ ତାରିଖ ସରକାରୀ ଛୁଟି ଦିନ ଥିବାରୁ ବିଭାଗୀୟ ନିର୍ଦ୍ଦେଶ କ୍ରମେ ଆଜି ଏହି ଉତ୍ସବକୁ ପାଳନ କରାଗଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.