Home ଜିଲ୍ଲା ପରିକ୍ରମା ପଂଚୁଟିକ୍ରି ଫେରି ଘାଟ ନିଲାମ; ନିଲାମରେ ଚଂଚକତା ହୋଇଥିବା ଅଭିଯୋଗ ଆଣିଲେ ନିଲାମଧାରୀ

ପଂଚୁଟିକ୍ରି ଫେରି ଘାଟ ନିଲାମ; ନିଲାମରେ ଚଂଚକତା ହୋଇଥିବା ଅଭିଯୋଗ ଆଣିଲେ ନିଲାମଧାରୀ

23

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ ପଂଚୁଟିକ୍ରି ଫେରି ଘାଟ ନିଲାମକୁ ନେଇ ବଢି ଚାଲିଛି ପ୍ରତିକ୍ରିୟା ।ଚଳିତ ମାସ ୧୩ ତାରିଖରେ ଏହି ଫେରିଘାଟ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉକ୍ତ ତାରିଖରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ଠାରେ ହୋଇଥିବା ନିଲାମରେ ରଞ୍ଜନ ବିଶ୍ୱାଳ ପ୍ରଥମ ନିଲାମକାରୀ ୨୧.୫୦ଲକ୍ଷ ରେ ଡାକ ନେଇଥିଲେ । ଦ୍ୱିତୀୟ ନିଲାମକାରୀ ଭାବେ ସତ୍ୟରଞ୍ଜନ ମାଇତି ୨୧ଲକ୍ଷରେ ଡାକ ନେଇଥିବା ବେଳେ ତୃତୀୟ ଅଂଶଗ୍ରହଣ କାରୀ ମନୋଜ ନାୟକ ୨.୫ଲକ୍ଷରେ ନିଲାମ ଡାକ କରିଥିଲେ । ଉକ୍ତ ଦିନ ପ୍ରଥମ ନିଲାମକାରୀ ୧ଘଂଟା ସମୟ ମଧ୍ୟରେ ସମସ୍ତ ଅର୍ଥ ଜମା କରିବାକୁ ଚାନ୍ଦବାଲି ବିଡିଓଙ୍କୁ ଲିଖିତ ଭାବରେ ଅନୁରୋଧ କରିଥିବା ବେଳେ ବିଡିଓ ମହାଶୟ ଏହାକୁ ନାକଚ କରି ଦେଇଥିଲେ ।ଦ୍ୱିତୀୟ ନିଲାମଅଂଶ ଗ୍ରହଣ କାରୀ୨୧ଲକ୍ଷ ଟଙ୍କାରେ ନିଲାମ ନେବାକୁ ମନା କରିଥିଲେ ,ତୃତୀୟ ନିଲାମ ଅଂଶଗ୍ରହଣକାରୀ କୁ ନିୟମାନୁଯାୟୀ ୨.୫ଲକ୍ଷ ଟଙ୍କାରେ ନିଲାମ ଦେବା ପ୍ରଜୁଯ୍ୟ ଥିବା ବେଳେ ଏହି ନିଲାମ କୁ ବିଡିଓ ରବ୍ଦ କରିବା ସହ ୧୯ତାରିଖ ଏହି ନିଲାମ ହେବ ବୋଲି ପୁନଶ୍ଚ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଆଜି ଦିନ ୧୧ଟାରେ ହୋଇଥିବା ଏହି ନିଲାମରେ ୪ଜଣ ନିଲାମକାରୀ ଅଂଶ ଗ୍ରହଣ କରିଥିଲେ । ଏହି ନିଲାମପାଇଁ ଦରକାର ପଡୁଥିବା ବୋଟର ଲାଇସେନସ,ରେଜିଷ୍ଟ୍ରସନ ସାର୍ଟିଫିକେଟ, ଏବଂ ବୋଟର ବୀମା କାଗଜପତ୍ର ଜମା କରିବାକୁ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ।ଆଜି ନିଲାମ ପୂର୍ବରୁ ୪ଜଣ ଅଂଶଗ୍ରହଣକାରୀ ସେମାନଙ୍କର ସମସ୍ତ କାଗଜପତ୍ର ବ୍ଲକ ଅଫିସରେ ଜମା କରିଥିଲେ । ଏହି ସମସ୍ତ କାଗଜପତ୍ର ଯାଂଚ କରିବା ପରେ ଚାନ୍ଦବାଲି ବିଡିଓ ନିଲାମରେ ଅଂଶ ଗ୍ରହଣ କରିଥିବା ମନୋଜ ନାୟକ ଏବଂ ସୁଶାନ୍ତ ସାହୁଙ୍କ କାଗଜପତ୍ର ଭୁଲ ଦର୍ଶାଇ ସେମାନେ ନିଲାମରେ ଭାଗ ନେଇ ପାରିବେ ନାହିଁ ବୋଲି କହିଥିଲେ ।

ପରେ ଅଂଶୁମାନ ପ୍ରଧାନ ଏବଂ ଜୟିରାମ ନାୟକ ଙ୍କ ମଧ୍ୟରେ ନିଲାମ ପ୍ରତିଯୋଗିତା ହୋଇଥିଲା । ଅଂଶୁମାନ ପ୍ରଧାନ ପ୍ରଥମ ନିଲାମକାରୀ ଭାବେ ୩ଲକ୍ଷ ଟଙ୍କାରେ ଏହି ଫେରିଘାଟକୁ ନିଲାମରେ ନେଇଥିଲେ । ୧୩ ତାରିଖ ହୋଇଥିବା ନିଲାମ ରେ ମନୋଜ ନାୟକ ଭାଗ ନେଇଥିବା ବେଳେ ତାଙ୍କ ର ସମସ୍ତ କାଗଜପତ୍ର ଠିକ ଥିବା ଦର୍ଶାଯାଇ ନିଲାମରେ ଅଂଶ ଗ୍ରହଣ କରିବାକୁ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ ଆଦେଶ ଦେଇଥିବା ବେଳେ କେଉଁ ପରିସ୍ଥିତିରେ ଆଜି ହୋଇଥିବା ନିଲାମରେ ଉକ୍ତ ବ୍ୟକ୍ତିଙ୍କୁ ଏହି ନିଲାମରୁ ବାଦ ଦେଇଥିଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଆଜିର ଏହି ନିଲାମ ରୁ ଉଚ୍ଚେଦ କରାଯାଇଥିବା ମନୋଜ ନାୟକ ଏବଂ ଜୟିରାମ ନାୟକ ନିଜର ସମସ୍ତ ବୋଟର କାଗଜପତ୍ର ନେଇ ଚାନ୍ଦବାଲି ଠାରେ ଥିବା ଆର୍ନ୍ତଦେଶୀୟ ଜଳପଥ ସଂସ୍ଥାର ଅଧିକାରୀ ମାନଙ୍କୁ ଦେଖାଇଥିବା ବେଳେ ଏହି ସମସ୍ତ ସାର୍ଟିଫିକେଟ ଠିକ ଅଛି ଏବଂ ଅନଲାଇନରେ ଏହି ସମସ୍ତ ସାର୍ଟିଫିକେଟ ରାଜ୍ୟ ସରକାର ଦେଇଛନ୍ତି ବୋଲି ସହକାରୀ ଯନ୍ତ୍ରୀ ହରେକୃଷ୍ନ ସାହୁ ମତରଖିଥିବା ବେଳେ କେଉଁ ପରିସ୍ଥିତିରେ ଚାନ୍ଦବାଲି ବିଡିଓ ଏହି ସାର୍ଟିଫିକେଟକୁ ନାକଚ କଲେ ଏହା ର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ମନୋଜ ନାୟକ ଏବଂ ସୁଶାନ୍ତ ସାହୁ ଦାବୀ ରଖିଥିବା ବେଳେ ଆଗାମୀ ଦିନରେ ସେ ଏହି କଥାକୁ ନେଇ ଉଚ୍ଚନ୍ୟାୟାଳୟରେ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ନିଲାମରେ ଜାଲିଆତି ଅଭିଯୋଗ କଥାକୁ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ ଖଣ୍ଡନ କରିବା ସହ ସେ ୧୩ ତାରିଖରେ ହୋଇଥିବା ନିଲାମରେ ଅଂଶ ଗ୍ରହଣ କାରୀଙ୍କ କାଗଜପତ୍ର ଦେଖି ନଥିବା କଥା କହୁଥିବା ବେଳେ ଆଜି ହୋଇଥିବା ନିଲାମ ସମସ୍ତ ସରକାରୀ ଗାଇଡ ଲାଇନ ଅନୁସାରେ ହୋଇଛି ବୋଲି ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.