Home ଓଡ଼ିଶା ସତ୍ତା ସାହିତ୍ୟ ସଂସଦର ୩୮ ତମ ବାର୍ଷିକ ଉତ୍ସବ

ସତ୍ତା ସାହିତ୍ୟ ସଂସଦର ୩୮ ତମ ବାର୍ଷିକ ଉତ୍ସବ

180

କୋରାପୁଟ ୧୪-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ସଭାଗୃହଠାରେ କୋରାପୁଟର ଅଗ୍ରଣୀ ଅନୁଷ୍ଠାନ ସତ୍ତା ସାହିତ୍ୟ ସଂସଦର ୩୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଟାନର ସଭାପତି ଜଳଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଜୟ ଉପାଧ୍ୟୟ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।ପ୍ରାରମ୍ଭରେ ସଂପାଦକ ଜୟନ୍ତ କୁମାର ମିଶ୍ର ବାର୍ଷିକ ସଂପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ।କବି ମନମୋହନ ଆଚାର୍ଯ୍ୟ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଥିବା ବେଳେ କୃଷ୍ଣ ସିଂ,  ଡ.ଜଗବନ୍ଧୁ ସାମଲ,  ପ୍ରକାଶ କୁମାର ସେନାପତି,  ସୁବାସ ଚନ୍ଦ୍ର ମିଶ୍ର ପ୍ରମୁଖ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇଥିଲେ।କବି ଜଳଧର ସ୍ୱାଇଁଙ୍କ ଦ୍ୱାରା ଲିଖିତ ନିଜଗୀତ ପୁସ୍ତକ ଉନ୍ନୋଚନ ହୋଇଥିଲା।ଏହି ଅବସରରେ ନାଟ୍ୟଶ୍ରୀ ସୁଦାମ ବିଷୋୟୀ, ବାସନ୍ତୀ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ରଂଜନ କୁମାର ଦାସଙ୍କୁ ସତା ସାରସ୍ୱତ ସମ୍ମାନ-୨୦୧୯ରେ ଉପଢୈାକନ ଦେଇ ସମ୍ମାନ୍ନିତ କରାଯାଇଥିଲା।କବି ଉମାକାନ୍ତ ଦାଶ,  ନାରାୟଣ ପଣ୍ଡା,  ଜୟନ୍ତ ମହାନ୍ତି,  ସଂଧ୍ୟା ପଟନାୟକ ପ୍ରମୁଖ ଯୋଗଦେଇଥିବା ବେଳେ କବି/କବିୟତ୍ରୀମାନେ ଯୋଗଦେଇ କବିତା ପାଠ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ମନୋରଂଜନ ରାଉତରାୟ,  ଶୁଭ ନାରାୟଣ ସ୍ୱାଇଁ,  ସୈାମେନ୍ଦ୍ର କୁମାର ସ୍ୱାଇଁ ଓ ସୁଧାଶୁଂ ଶେଖର ପଟନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.