Home ଓଡ଼ିଶା ଆମ୍ବେଦକର ଜୟନ୍ତୀ ପାଳିତ

ଆମ୍ବେଦକର ଜୟନ୍ତୀ ପାଳିତ

269

କୋରାପୁଟ ୧୪-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲା ପ୍ରଶାସନ ଓ ସ୍ମରକୀ କମିଟି ତରଫରୁ ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡଃ. ଭୀମରାଓ ବାବାସାହେବ ଆମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି।ଏହି ଅବସରରେ ଉପ-ଜିଲାପାଳ କାର୍ଯ୍ୟାଳୟ ସମୁଖରେ ଥିବା ଆମ୍ବେଦକର ଉଦ୍ୟାନରେ ଅତିରିକ୍ତ ଜିଲାପାଳ ଦେବେନ୍ କୁମାର ପ୍ରଧାନ, କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ଭାରପ୍ରାପ୍ତ ଡିଆଇପିଆରଓ ପ୍ରଧାନ ଟୁଲିଆମ୍ମା, ରାଜସ୍ୱ ଅଧିକାରୀ ଦୀପ୍ତିରାଣି ପ୍ରଧାନ, ଜିଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା, ଲାଇବ୍ରେରିଆନ୍ ସତ୍ୟ ନାରାୟଣ ପ୍ରଧାନ, ଅଲିଭା କୁମାର ବେହେରା, ସ୍ମାରକୀ କମିଟି ସଭ୍ୟ ରମାକାନ୍ତ ଶର୍ମା ୍ର, ଅରୁଣ ଦାଶ, ଏବଂ ଅନ୍ୟ ମାନେ ଯୋଗ ଦେଇ ଆମ୍ବେଦକରଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଅତିଥି ବୃନ୍ଦ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆମ୍ବେଦକରଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.