Home ଜିଲ୍ଲା ପରିକ୍ରମା ମାଲକାନଗିରି ବସଷ୍ଟାଣ୍ଡଠାରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ମାଲକାନଗିରି ବସଷ୍ଟାଣ୍ଡଠାରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

243

ମାଲକାନଗିରି, ୧୪। ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଜିଲ୍ଲାସଦର ମହକୁମା ଠାରେ ଥିବା ଆନ୍ତଃରାଜ୍ୟ ବସ ଷ୍ଟାଣ୍ଡ ନିକଟରେ ଜିଲ୍ଲା ଅନୁସୂଚୀତ ଜାତି, ଉପଜାତି କର୍ମଚାରୀ ସଂଘ ପକ୍ଷରୁ ନବଭାରତର ସଂବିଧାନ ପ୍ରଣେତା ବୈଦ୍ଧିସତ୍ୱ ବିଶ୍ବଭୂଷଣ ଭାରତରତ୍ନ ବାବା ସାହେବ ଢଃ ଭୀମରାଓ ରାମୋଜୀ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଅସରରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ପିଏଆଇଟିଡିଏ ରାମ କ୍ରୀଷ୍ଣାଗଣ୍ଡ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡଃ ଆମ୍ବେଦକରଙ୍କ ବ୍ରୋଞ୍ଚରେ ନିର୍ମିତ ବିରାଟକାୟ ପ୍ରତିମୂର୍ତ୍ତୀରେ ମାଲ୍ୟର୍ପଣ କରି ଡଃ ଆମ୍ବେଦକର ଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିଥିଲେ। ଏହି ଅବସରରେ ପୂର୍ବତନ ଉପଜିଲ୍ଲାପାଳ ରଥିକୃଷ୍ଣ ପାତ୍ର, ଜିଲ୍ଲା ଆଦିବାସୀ ସମାଜା ମହାସଂଘ ସଭାପତି ଘେନୁ ମୁଦୁଲି, ଜି.ଶ୍ରୀନିବାସ ରାଓ ସଂଘର ସମସ୍ତ କର୍ମକର୍ତା ଓ ଅନ୍ୟାନ ବୁଦ୍ଧିଜିବି ମାନେ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟର୍ପଣ କରି ଡଃ ଆମ୍ବେଦକରଙ୍କ ସ୍ମୁତି ଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.