Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଯୁବକ ଗୁରୁତର ଆହତ

ସଡକ ଦୁର୍ଘଟଣାରେ ଯୁବକ ଗୁରୁତର ଆହତ

31

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ନିର୍ଗୁଣ୍ଡି ପଞ୍ଚାୟତ ଅର୍ନ୍ତଗତ ଧାମନଗର ରାସ୍ତା ଶବବିନ୍ଧା ଛକ ନିକଟରେ ଗୁରୁବାର ସନ୍ଧ୍ୟାରେ ଗଣେ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଜାତୀୟ ରାଜପଥ ଆଡକୁ ଓଡି ୦୪ ଏଫ ୨୫୩୪ନଂ ବାଇକ ଯୋଗେ ଆସୁଥିବା ଜଣେ ଯୁବକ ରାସ୍ତାକଡ ଗଛରେ ପିଟିହୋଇ ଦୁର୍ଘଟଣାର ଶିକାର ହୋଇଥିଲା। ଖବର ପାଇ ସ୍ଥାନୀୟ ଦମକଳବାହିନୀ ଆହତଙ୍କ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଆହତଙ୍କ ପକେଟରୁ ଜଣେ ଶିଶୁର ଆଧାରକାର୍ଡ ମିଳିଛି। ବାଲେଶ୍ୱର ଜିଲ୍ଲା ମଇତାପୁର ଅଞ୍ଚଳ ହାଟମଇତାପୁର ଠିକଣା ଉଲ୍ଲେଖ ଅଛି। ଆହତଙ୍କ ପରିଚୟ ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.