Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ବୃଦ୍ଧ ଗୁରୁତର ଆହତ

ସଡକ ଦୁର୍ଘଟଣାରେ ବୃଦ୍ଧ ଗୁରୁତର ଆହତ

22

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର-ମଞ୍ଜୁରୀରୋଡ ପୁର୍ତ୍ତ ରାସ୍ତାର ତେସିଙ୍ଗା ପଞ୍ଚାୟତ କୁଲଣା ବଜାର ଛକରେ ଆଜି ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସ୍ଥାନୀୟ ବାବଲପୁର ଗ୍ରାମର ବାଇଧର ପରିଡା(୭୦) ସାଇକେଲ ଯୋଗେ ରାସ୍ତା ଅତିକ୍ରମ କରୁଥିବା ବେଳେ ରାସ୍ତା ଉପରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ମଞ୍ଜୁରୀରୋଡରୁ ସିମେଣ୍ଟ ଖଲାସ କରି ଫେରୁଥିବା ଓଆର ୧୧ ସି ୦୨୬୫ନଂ ଟ୍ରକ ଚକା ତଳେ ବାଇଧରଙ୍କ ହାତ ପାପୁଲି ରହି ଯାଇ ଘୋଷାରି ହୋଇ କିଛି ବାଟ ଚାଲିଯାଇଥିଲା । ଫଳରେ ବାଇଧରଙ୍କ ହାତ ଓ ଗୋଡରେ ଗୁରୁତର ଆଘାତ ଲାଗିଥିଲା । ସ୍ଥାନୀୟ ଅଞ୍ଚଳର ଜ୍ୟୋତିରଞ୍ଜନ ନାୟକ ଆହତଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ କଟକ ପଠାଇ ଦିଆଯାଇଛି । ମଞ୍ଜୁରୀରୋଡ ଫାଣ୍ଡି ପୁଲିସ ଟ୍ରକକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.