Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

21

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୧୬ନଂ ଜାତୀୟ ରାଜପଥର ରାଜେନ୍ଦ୍ରପୁର ଛକ ଠାରୁ ଅନତିଦୂର ଗୁହାଳିଆ ପୋଲ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ହୋଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ହୋଟେଲ ସ୍ୱର୍ଣ୍ଣପ୍ରଭା ସମ୍ମୁଖରେ ଓଡି ୦୧ ଆର ୨୮୫୨ ନଂ କଣ୍ଟେନର ଛିଡା ହୋଇଥିବା ବେଳେ ଭଦ୍ରକରୁ ଭଣ୍ଡାରିପୋଖରୀ ଆଡକୁ ଯାଉଥିବା ଓଡି ୨୨ ୟୁ ୪୦୦୪ନଂ କୁଣ୍ଡା ବୋଝେଇ ଅଟୋ ପଛରୁ ପିଟିଥିଲା । ଫଳରେ ଅଟୋଯାତ୍ରୀ କେଉଁଝର ମାଣିପୁର ଅଂଚଳର ସୁଦର୍ଶନ ନାୟକ ମୃତ୍ୟୁବରଣ କରିଥିବା ବେଳେ ଭଣ୍ଡାରିପୋଖରୀ ଥାନା ରାଢୋ ଗ୍ରାମର ଅଟୋ ଚାଳକ ଅତିଶ ଦାସ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଧାମନଗର ପୁଲିସ ୨ଟି ଯାକ ଯାନ ସହ ଶବ ଜବତ କରି ତଦନ୍ତ ଚଳାଇଥିôବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.