Home ଜିଲ୍ଲା ପରିକ୍ରମା ଭଦ୍ରକରେ କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବଡ ବଡ ଗଛ, ଉପୁଡିଲା ବିୁଦ୍ୟତ୍ ଖୁଣ୍ଟ

ଭଦ୍ରକରେ କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବଡ ବଡ ଗଛ, ଉପୁଡିଲା ବିୁଦ୍ୟତ୍ ଖୁଣ୍ଟ

18

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରରେ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍ ସମୟରେ କାଳବୈଶାଳୀ ତାର ତାଣ୍ଡବ ଦେଖାଇଥିଲା । ହାଲ୍‌କା ବର୍ଷା ସାଙ୍ଗକୁ ଘଡଘଡି ଓ ଖୁବ୍‌ଜୋରରେ ଅଧଘଣ୍ଟାଏ ପବନ ବୋହିଥିଲା । ବିଶେଷକରି ଏହାର ପ୍ରଭାବ ଭଦ୍ରକ ସହର ମଧ୍ୟରେ ଦେଖିବାକୁ ମିଳିଛି । ଏହି କାଳବୈଶାଖୀ ପ୍ରଭାବରେ ସହରର ବିଭିନ୍ନ ଜାଗାରେ ବଡ ବଡ ଗଛ ଉପୁଡି ଘର, ଦୋକାନ ଏବଂ ଗାଡି ଉପରେ ପଡି ତାହା ନଷ୍ଟଭ୍ରଷ୍ଟ କରିଦେଇଛି । ଏବଂ ରାସ୍ତା ଉପରେ ମଧ୍ୟ ଏହା ପଡିଯାଇ ଯାନବାହନ ଚଳାଚଳକୁ ବାଧାପ୍ରାପ୍ତ କରିଛି । ଏବଂ କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟମାନ ଉପୁଡିଯାଇ ଦୋକାନମାନଙ୍କରେ ପଡିବା ସହ ବହୁ ବିଦ୍ୟୁତ୍ ତାର ପବନରେ ଛିଣ୍ଡିଯାଇ ଚାରିଆଡେ ପଡିଥିବାର ଦୃଷ୍ଟିଗୋଚର ହୋଇଛି । ଏହି କାଳବୈଶାଖୀ ପ୍ରଭାବରେ ବଡ ଗଛ ଓ ବିଦ୍ୟୁତ୍ ଖୁଣ୍ଡ ଦୋକାନ ଘର ଓ ଗାଡିମୋଟର ଉପରେ ପଡିବା ଫଳରେ ଦୋକାନୀମାନଙ୍କର ବହୁ ସାମଗ୍ରୀ ନଷ୍ଟ ହୋଇଯିବା ସହ ଗାଡିଗୁଡିକ ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସହରର ବନ୍ତଛକସ୍ଥିତ ବିଏସ୍‌ନାଲ ଅଫିସ୍‌, ପୋଷ୍ଟଅଫିସ୍ ଛକ, କଚେରୀ ବଜାରର ମୋଚି ଛକ ଏବଂ ଅନ୍ୟ କେତେକ ସ୍ଥାନରେ ବଡ ବଡ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବାର ଦେଖାଯାଇଛି । ଯାହାଫଳରେ ସହରରେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାର ଜଣାପଡିଛି । ଅଗ୍ନିଶମ ବାହିନୀ, ଏନ୍‌ଡିଆରଏଫ୍ ଟିମ୍ ରାସ୍ତା ଓ ଦୋକାନ ଘର ଉପରେ ପଡିଥିବା ବିଦ୍ୟୁତ୍ ଓ ଗଛଗୁଡିକୁ କାଟି ସଫା କରୁଥିବାବେଳେ ଇଲେକ୍ଟ୍ରି କର୍ମଚାରୀମାନେ ବିଦ୍ୟୁତ୍ ଖୁଣ୍ଟ ଓ ତାର ସଜାଡିବାରେ ଲାଗିପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.