Home ଜିଲ୍ଲା ପରିକ୍ରମା ଚିଙ୍ଗୁଡି ପୋଖରୀରେ କାମ କଲାବେଳେ ବଜ୍ରପାତ, ଭଣଜା ମୃତ, ମାମୁଁ ଗୁରୁତର

ଚିଙ୍ଗୁଡି ପୋଖରୀରେ କାମ କଲାବେଳେ ବଜ୍ରପାତ, ଭଣଜା ମୃତ, ମାମୁଁ ଗୁରୁତର

31

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚିଙ୍ଗୁଡି ପୋଖରୀରେ କାମ କରୁଥିବାବେଳେ ବଜ୍ରପାତରେ ଭଣଜାଙ୍କ ମୃତ୍ୟୁ ହୋଇଥିବା ବେଳେ ମାମୁଁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଅଘଟଣ ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ କଣ୍ଟାବଣିଆ ଗାଁରେ । ମୃତକ ମୟୂରଭଞ୍ଜ ଜିଲା ରରୁଆଁ ପାପଡା ଗାଁର ରସା ମହାରଣାଙ୍କ ପୁଅ ବାନୋ ବୋଲି ଜଣାପଡିଥିବାବେଳେ ଗୁରୁତର ବ୍ୟକ୍ତି ସେହି ଗାଁର ମଙ୍ଗଳ ମହାନ୍ତିଙ୍କ ପୁଅ ସନ୍ତୋଷ ବୋଲି ଜଣାପଡିଛି । ତେବେ ଦୁଇଜଣ ସଂପର୍କରେ ମାମୁଁ ଓ ଭଣଜା ବୋଲି ସୂଚନା ମିଳିଛି । ଉଭୟ କିଛିଦିନ ପୂର୍ବରୁ ମୟୂରଭଂଜରୁ ଆସି କଣ୍ଟାବଣିଆ ଠାରେ ଏକ ଚିଙ୍ଗୁହି ପୋଖରୀରେ ରହି କାମ କରୁଥିଲେ । ଆଜି ଦ୍ୱିପ୍ରହର ସମୟରେ ପୋଖରୀରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା । ଫଳରେ ୨ ଜଣ ଯାକ ପୋଖରୀରେ ପଡିଯାଇଥିଲେ । ତୁରନ୍ତ ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାରକରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଭଣଜାଙ୍କୁ ମୃତ ଘୋଷଣା କରିଥିବାବେଳେ ମାମୁଁଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଜାରି ରହିଛି । ସେହିପରି କାଳବୈଶାଖୀର ପ୍ରଭାବରେ ବଜ୍ରପାତ ଘଟି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଓରାସାହି ପଂଚାୟତ ବେନ୍ତାଳପୁର ଗାଁରେ ୭ ବଖରା ଘର ଭୟାବହ ଅଗ୍ନିକାଣ୍ଡ ଘଟି ଭସ୍ମୀଭୂତ ହୋଇଯାଇଛି । ଏହି ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ôଚଥିଲେ ମଧ୍ୟ ନିଆଁ ଆଁରେ ସବୁ ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ବେନ୍ତାଳପୁର ଗାଁରେ ରମାକାନ୍ତ ରାଉତଙ୍କ ୭ ବଖରା ଘର ସଂପୂର୍ଣ୍ଣ ଜଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.