Home ଓଡ଼ିଶା ସଟ୍‌ଡାଉନ ସମୟରେ ସହରର ରାସ୍ତାଘାଟ ଖାଁ ଖାଁ ଲାଗୁଥିଲା

ସଟ୍‌ଡାଉନ ସମୟରେ ସହରର ରାସ୍ତାଘାଟ ଖାଁ ଖାଁ ଲାଗୁଥିଲା

98

ପୁରୀ, ୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ସଂକ୍ରମଣ କୁ ରୋକିବା ପାଇଁ ଚଳିତ ମାସର ସବୁ ଶନିବାର ଓ ରବିବାର ୨ ଦିନ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ୧୧ ଟି ଜିଲାରେ ସଟ୍ ଡାଉନ ଲାଗୁ କରାଯାଛି। ଏହି କ୍ରମରେ ଗତକାଲି ପୁରୀ ସହରରେ ମଧ୍ୟ ସଟ୍ ଡାଉନ କାର୍ଯ୍ୟକାରୀ ହୋଇଥିଲା। କେବଳ ଜରୁରୀ କାଳୀନ ସେବାକୁ ଛାଡିଦେଲେ ଅନ୍ୟ ସବୁ ବନ୍ଦ ରହିଥିଲା। ପୁଲିସ ପକ୍ଷରୁ ସହରର ବିଭିନ୍ନ ଛକ ଗୁଡିକରେ ବ୍ଲକିଂ କରାଯାଇ ଘରୁ ନବାହାରିବାକୁ ସଚେତନ କରାଯାଇଥିଲା। ଶୁକ୍ରବାର ଦିନ ସ୍ନାନ ପୂର୍ଣ୍ଣିମା ପାଇଁ ସହରରେ ୧୪୪ ଧାରା ଲାଗୁ କରାଯାଇଥିଲା। ସେଥିପାଇଁ ଶନିବାର ଦିନ ପୁରୀ ସହର ପାଇଁ ସଟ୍ ଡାଉନ କଟକଣା କୋହଳ କରାଯାଇଥିବା ବେଳେ ଗତକାଲି ପୁରୀ ସହର ସମେତ ଗ୍ରାମାଂଚଳରେ ଏହା କଡାକଡି ଭାବେ ପାଳନ କରାଯାଇଥିଲା। ଶନିବାର ପୁରୀ ପୌରାଂଚଳ ବ୍ୟତୀତ ଜିଲାର ଅନ୍ୟ ସବୁ ସ୍ଥାନରେ ସଟ୍ ଡାଉନ ଲାଗୁ କରାଯାଇଥିବା ଯୋଗୁଁ ସମସ୍ତ ଦୋକାନ ବଜାର ସାଧାରଣ ଚଳପ୍ରଚଳ ଓ ଗାଡି ଚଳାଚଳ ମଧ୍ୟ ସଂପୂର୍ଣ୍ଣ ବନ୍ଦ ରହିବା ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.