Home ଓଡ଼ିଶା ଜ୍ବାଇଁର କଟୁରୀ ମାଡରେ ଶଳା ଓ ଶାଶୁ ଗୁରୁତର

ଜ୍ବାଇଁର କଟୁରୀ ମାଡରେ ଶଳା ଓ ଶାଶୁ ଗୁରୁତର

238

କୋଦଳା ୮-୬ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ କରଣ ସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି।ପାରିବାରିକ କଳହକୁ ନେଇ ଜ୍ବାଇଁର କଟୁରୀ ଆଘାତରେ ଶଳା ଓ ଶାଶୁ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ସୋମବାର ଅପରାହ୍ନରେ କରଣ ସାହିର ରାମ ଚିନରା ନାମକ ବ୍ଯକ୍ତିଙ୍କର ଘରେ ପଶିଥିଲେ ତାଙ୍କର ସାନ ଜୋଇଁ ଆଦିତ୍ୟ ସାହୁ। ।ତାକଂ ଘର ଆସିକା ଥାନା ଅନ୍ତର୍ଗତ ଢଉଗାଁର ବୋଲି ଜଣାପଡିଛି। ଏକ ଧାରୁଆ କଟୁରୀରେ ଆଦିତ୍ୟ ନିଜ ଶାଳକ ଗୌରା ଚିନରାକୁ ହାଣୁଥିବା ସମୟରେ ଶାଶୁ ଭାସି ଅଟକାଇବାକୁ ଚେଷ୍ଟା କରିଥିଲେ ।ତେବେ ଶାଶୁଙ୍କୁ ମଧ୍ୟ ହାଣିବାକୁ ଉଦ୍ଯମ କରିଥିଲେ ।ଉଭୟଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ବେଳେ ପରେ ବ୍ରହ୍ମପୁର ବଡମେଡିକାଲକୁ ପଠା ଯାଇଥିଲା ।ଗୌରାକଂ ମୁଣ୍ଡର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା ବେଳେ ଶାଶୁ ଭାସିକଂ କାନ୍ଧରେ ଆଘାତ ଲାଗିଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ଜ୍ବାଇଁ ପୁଅ। ଗୋଟିଏ ନାଲି ରଙ୍ଗର ବାଇକ୍ ଯୋକେ ଜ୍ବାଇଁଙ୍କ ସହ ଅନ୍ୟ ଦୁଇଜଣ ବ୍ଯକ୍ତି ଆସିଥିବା ପରିବାର ଲୋକେ କହିଛନ୍ତି। କିନ୍ତୁ କେବଳ ଜ୍ବାଇଁ ହିଁ ଏଭଳି କାଣ୍ଡ କରିଥିବା କହିଛନ୍ତି ଆହତ ଶାଶୁ ଓ ଶାଳକ। ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.