Home Top News ସଞ୍ଜୟଙ୍କ ପିଏସ୍‌ଓ ଚିତ୍ତରଞ୍ଜନଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସଞ୍ଜୟଙ୍କ ପିଏସ୍‌ଓ ଚିତ୍ତରଞ୍ଜନଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

36

ଭୁବନେଶ୍ୱର ୧୫-୧୨ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିଜ ଡିଜି ଅଭୟ।

ସୂଚନାଯୋଗ୍ୟଯେ, ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୁରୀ ପୋଲିସ ତଦନ୍ତ କରୁଛି। ତେବେ ତଦନ୍ତ ପ୍ରକ୍ରିୟାକୁ ନେଇ ଚିତ୍ତ ରଂଜନଙ୍କ ବଡ଼ ବାପା, ଭଉଣୀ ପୁରୀ ଏସ୍ପିଙ୍କୁ ଭେଟି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିବା ସହ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ଏସ୍ପିଙ୍କ ନିକଟରେ ଦାବି କରିଥିଲେ। ମୃତକଙ୍କ ପରିବାର ଲୋକଙ୍କ ସହ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସ ବର୍ମା ମଧ୍ୟ ଆସି ଏହି ଦାବି ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.