Home ଓଡ଼ିଶା ରଣପୁର ବିଧାୟକଙ୍କ ଦ୍ୱାରା ୮ ଗ୍ରାମପଞ୍ଚାୟତରେ ନୂଆ ସ୍ମାର୍ଟକାର୍ଡ ବଣ୍ଟନ

ରଣପୁର ବିଧାୟକଙ୍କ ଦ୍ୱାରା ୮ ଗ୍ରାମପଞ୍ଚାୟତରେ ନୂଆ ସ୍ମାର୍ଟକାର୍ଡ ବଣ୍ଟନ

42

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୧୨-  ରାଜ୍ୟ ସରକାର ସମସ୍ତ ଗରିବ ପରିବାର ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନୂଆରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ  ନୂଆ ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛନ୍ତି ।  ଡିସେମ୍ବର ୧୪ ତାରିଖରେ ନୟାଗଡ ଜିଲ୍ଲାରେ ଏହା ଶୁଭ ଉଦଘାଟନ କରାଯାଇଥିଲା ।  ପରେ ପରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଡିସେମ୍ବର ୧୫ ରେ ରଣପୁର ଅଂଚଳର ଅପହଂଚ ଅବହେଳିତ ଗ୍ରାମପଞ୍ଚାୟତ ବନ୍ଧମୁଣ୍ଡା ରେ ହିତାଧିକାରୀ ମାନଙ୍କୁ ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିଥିବା ଜଣାପଡିଛି ।

ଏହି ବଣ୍ଟନ ଉତ୍ସବରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ,ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି  ପ୍ରଭାତ କୁମାର ଦଳବେହେରା , ଚାନ୍ଦପୁର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଜୟ କେତନ ସାହୁ ଓ ସରପଞ୍ଚ ଅଜୟ କୁମାର ପ୍ରଧାନ ସାମିଲ୍ ହୋଇଥିବା ଜଣାପଡିଛି ।  ଏହି ବନ୍ଧମୁଣ୍ଡା ଭଳି ଅପହଂଚ ଗ୍ରାମପଞ୍ଚାୟତରେ ମୁଖ୍ୟାଳୟକୁ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ , ବିଦ୍ୟୁତ୍ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉନ୍ନତି କରଣ ହୋଇ ପ୍ରତି ପରିବାର ମାଗଣା ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ବକ୍ତବ୍ୟରେ କହିଥିଲେ । ସେହିଭଳି ଭାବରେ କାଣ୍ଡପଡା , ମଝିଆଁଖଣ୍ଡ , ମହତପଲ୍ଲା , ଚମ୍ପାପେଡି , ଗୋପାଳପୁର ,  ପଟିଆ ଓ ରାଇପଡା  ଗ୍ରାମପଞ୍ଚାୟତରେ ମଧ୍ୟ ଗୋଟିଏ ଦିନରେ ବିଧାୟକ ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.